Home ଆମ ପର୍ବ ପର୍ବାଣୀ ଯାଜପୁରର କାଳୀ ପୂଜା ଭସାଣି ନଭେମ୍ୱର ୭ ଓ ୮ ରେ ହେବ

ଯାଜପୁରର କାଳୀ ପୂଜା ଭସାଣି ନଭେମ୍ୱର ୭ ଓ ୮ ରେ ହେବ

109

ଯାଜପୁର୩୦ା୧୦(ଓଡିଆ ପୁଅ)ଯାଜପୁରରେ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କୁ ନେଇ ଏକ ବୈଠକ ହୋଇଥିଲା ।  ସେଥିରେ  ନିଷ୍ପତ୍ତି ନିଆଯାଇଥିଲା ଯେ, ନଭେମ୍ୱର ୨ ଓ ୩ ତାରିଖରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଯେ ହେତୁ କାଳୀ ପୂଜା ଯାଜପୁରର ଏକ ଗଣ ପର୍ବ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକ ନଭେମ୍ୱର ୨ ଓ ୩ ପରିବର୍ତ୍ତେ ୭ ଓ ୮ ରେ ଭସାଣି ଉତ୍ସବ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ ।  ଏହି ଆବେଦନକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଆଜି ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ବୈଠକ ଆହୁତ ହୋଇଥିଲା ।  ଏହି ବୈଠକରେ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ନଭେମ୍ୱ ୭ ଓ ୮ ରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଶ୍ରୀଦାସ ମତବ୍ୟକ୍ତ କରିଥିଲେ ।  ଏଥିରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସଭାପତିତ୍ୱ କରିଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିେ ଦ୍ଦ ର୍ଶକ ଇନ୍ଦ୍ରମଣି ନାୟକ,   ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ, ସାଧାରଣ  ଓ ବିବିଧ ବିଭାଗ ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା ଓ ବରିଷ୍ଠ କିରାଣୀ ମଦନ ମୋହନ ପତି ପ୍ରମୁଖ ଉପସ୍ଥିତ ଥିଲେ ।  B.N.Patri

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.