Home ଓଡ଼ିଶା ନିର୍ମାଣ ଶ୍ରମିକଙ୍କୁ ଘୋଷିତ ସହାୟତାରୁ ବଞ୍ଚିତ କରିବା ପ୍ରତିବାଦରେ ନଭେମ୍ବର ୨୭ରୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ...

ନିର୍ମାଣ ଶ୍ରମିକଙ୍କୁ ଘୋଷିତ ସହାୟତାରୁ ବଞ୍ଚିତ କରିବା ପ୍ରତିବାଦରେ ନଭେମ୍ବର ୨୭ରୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ପାଇଁ ଆହ୍ୱାନ

352

ଭୁବନେଶ୍ୱର, ୨୮.୧୦ (ଓଡ଼ିଆ ପୁଅ) : କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଘୋଷିତ ସୁବିଧା ସୁଯୋଗରୁ ବଞ୍ଚିତ କରିବା ଓ ଅଘୋଷିତ ଭାବେ ଶ୍ରମିକ ସଂଗଠନ ଓ ୟୁନିୟନ୍ ମାନଙ୍କୁ ପଞ୍ଜିକରଣ ଓ ବେନିଫିଟ୍ ପ୍ରଦାନ ପ୍ରକ୍ରିୟାରୁ ଦୂରେଇ ଦେବା ସରକାର ଚକ୍ରାନ୍ତର ପ୍ରତିବାଦରେ ଆଜି ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ କମିଟି ଡାକରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପଞ୍ଜିକୃତ ୟୁନିୟନ୍ ପ୍ରତିନିଧିମାନଙ୍କର ବୈଠକ ସ୍ଥାନୀୟ ଏ.ଆଇ.ଟି.ୟୁ.ସି. କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ଶ୍ରମିକ ନେତା ଶିବରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆସନ୍ତା ନଭେମ୍ବର ୨୭ରୁ ଶ୍ରମି କମିଶନର କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ମାଣ ଶ୍ରମିକଙ୍କର ବିଭିନ୍ନ ସମସ୍ୟା ଯଥା – ଘରୋଇ ଇଂଜିନିୟରିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ନିର୍ମାଣ ଶ୍ରମିକ ସନ୍ତାନସନ୍ତତିଙ୍କ ଶିକ୍ଷା ସହାୟତା ବନ୍ଦ ନିଷ୍ପତ୍ତିର ପ୍ରତ୍ୟାହାର, ପୁନଃ ନବୀକରଣ ଚାଲୁ କରିବା ଓ ଦୀର୍ଘ ୧୦ ବର୍ଷ ଧରି ପଞ୍ଜିକରଣ ନବୀକରଣ ଓ ସହାୟତା ରାଶି ପ୍ରଦାନ କ୍ଷେତ୍ରରେ ଦାୟିତ୍ୱ ପାଳନ କରି ଆସିଥିବା ୟୁନିୟନ୍ ମାନଙ୍କୁ ଶ୍ରମ ଦପ୍ତର ବାରଣ କରାଯିବା ଭଳି ମାରାତ୍ମକ ଶ୍ରମିକ ସ୍ୱାର୍ଥ ବିରୋଧୀ ପଦକ୍ଷେପ ବିରୋଧରେ ତଥା ଆନ୍ଦୋଳନ ପରେ ସରକାର ଗତ ମାର୍ଚ୍ଚ ୨୦୧୯ରୁ ଝିଅ ବିବାହ ସହାୟତା ରାଶି ୫୦ ହଜାର ଟଙ୍କା ଓ ମୃତ୍ୟୁ ସହାୟତା ସାଧାରଣ ମୃତ୍ୟୁ କ୍ଷେତ୍ରରେ ଏକ ଲକ୍ଷରୁ ୨ ଲକ୍ଷ ଓ ଦୁର୍ଘଟଣା କ୍ଷେତ୍ରରେ ଏହାକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ରାଜ୍ୟ ଶ୍ରମ ବିଭାଗ କମିଶନରଙ୍କୁ ମାର୍ଚ୍ଚ ମାସରେ ଲାଗୁ କରିବା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରକାଶିତ ଗେଜେଟ୍ ରେ ଏହାକୁ ତା ୩୦.୦୫.୨୦୧୯ରୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରତାରଣାତ୍ମକ ପଦକ୍ଷେପ ବିରୋଧରେ ଓ ଗୃହ ପ୍ରଦାନ କ୍ଷେତ୍ରରେ ଥିବା ଜଟିଳତା ଦୂରକରି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ବାସଗୃହ ପ୍ରଦାନ, ସାଇକେଲ ଓ ଯନ୍ତ୍ରପାତି କ୍ରୟ ସହାୟତା ପ୍ରଦାନ ପୁନଃ ଆରମ୍ଭ କରିବା, ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ପଞ୍ଜିକରଣ ଦରଖାସ୍ତଗୁଡ଼ିକୁ ଫଇସଲା କରିବା ଦାବିରେ ଆଜିର ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବିଜୟ ଜେନା, ଜଗଜ୍ଜୀବନ ଦାସ, ପ୍ରଦୀପ୍ତ ରାମ, ମହାବୀର ମିଶ୍ର, ଜ୍ଞାନରଞ୍ଜନ ଦାସ, ସୁନୀଲ ଗୌଡ଼, ବିପ୍ଳବ କେଶରୀ ମହାପାତ୍ର, ପଞ୍ଚାନନ ମହାରଣା, ଶଙ୍କର ବେହେରା, ମନୋରଞ୍ଜନ ମହାରଣା, ସୁର ଜେନା, ବିରଞ୍ଚି ବିଶ୍ୱାଳ, ପ୍ରବୀଣ ଦାସ, ସୋମନାଥ ଗିରି ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଶ୍ରମ କାର୍ଯ୍ୟାଳୟ ଘେରଉକୁ ସଫଳ ପାଇଁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.