Home ଓଡ଼ିଶା  ପିଡିତା ମୃତ୍ୟୁ ପରେ ପୁଲିସ ପ୍ରଶାସନ ହେଲା ଚଳଚଞ୍ଚଳ;ଏସ.ଆଇ ସୁମିତ୍ରା ପାତ୍ର ନିଲମ୍ବିତ

 ପିଡିତା ମୃତ୍ୟୁ ପରେ ପୁଲିସ ପ୍ରଶାସନ ହେଲା ଚଳଚଞ୍ଚଳ;ଏସ.ଆଇ ସୁମିତ୍ରା ପାତ୍ର ନିଲମ୍ବିତ

390

ଭୁବନେଶ୍ୱର/ଅନୁଗୁଳ୨୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏକ ଯୈାତୁକ ନିର୍ଯ୍ୟାତନା କେଶରେ ପିଡିତା ଥାନାକୁ ଦୌଡି ଦୌଡି ପୁଲିସ ନିକଟରୁ ନିରାଶ ହୋଇ ଶେଷରେ ପିଡିତା ଆତ୍ୟହତ୍ୟା କଲା ପରେ ପୁଲିସ ପ୍ରଶାସନ ଚଳଚଞ୍ଚଳ ହୋଇ ଥାନାର ଝଣେ ମହିଳା ଏସ.ଆଇଙ୍କୁ ନିଲମ୍ବନ କରି ପୁଲିସ ପ୍ରଶାସନର ପାରିବା ପଣିଆକୁ ସାଧାରଣରେ ଜାହିର କରିବା ଦେଖିବାକୁ ମିଳିଛି ।  ଅନୁଗୁଳ ଜିଲ୍ଲା କୋଲିଆରି ଥାନାରେ ଜଣେ ପିଡିତା ଏକ ଯୌତୁକ ନିର୍ଯ୍ୟାତନା ମାମଲା କୋଲିଆରି ଥାନାର ଏସ.ଆଇ ସୁମିତ୍ରା ପାତ୍ରଙ୍କୁ ଦେଇଥିଲେ । କିନ୍ତୁ ଏସ.ଆଇ ଉକ୍ତ ମାମଲାଟିକୁ ତଦନ୍ତ ନକରି ପିଡିତାଙ୍କୁ ବାରମ୍ବାର ଥାନାକୁ ଦୌଡାଇଥିଲେ । ପୁଲିସ ଠାରୁ ନ୍ୟାୟ ନପାଇ ଶେଷରେ ପିଡିତା ନିଜର ମାନଶିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାଥିବା ଜଣାପଡିଥିଲା । ଏହି ଘଟଣାର ତଦନ୍ତରେ ଅବହେଳା କରିଥିବା ନେଇ କୋଲିଆରି ଥାନାର ଏସ.ଆଇ ସୁମିତ୍ରା ପାତ୍ରଙ୍କୁ ଆଜି ନିଲମ୍ବିତ କରାଯାଇଥିବା ନେଇ ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.