ସୁନ୍ଦରଗଡ଼,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆତଙ୍କରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ କୁଳି ପୋସ୍ ରେଞ୍ଜର ବଡଗାଁ, ଦେଓପୋସ, ଗୀଲି, ଆଦି ଗ୍ରାମରେ ୩ରୁ ୪ଦିନ ହେବ ହାତୀପଲ ଙ୍କ ଉପଦ୍ରବରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏକର ଏକର ଚାଷଜମିକୁ ହାତିପଲ ନଷ୍ଟ କରୁଥିବାରୁ ଏବେ ଚିନ୍ତାରେ ଚାଷୀ । ହାତୀମାନେ ପାହାଡରେ ରହି ସନ୍ଧ୍ୟା ହେଲେ ଜମିକୁ ଆସି ଧାନ ଖାଉଛନ୍ତି ବୋଲି ଗାଁ ଲୋକେ କହିଛନ୍ତି। ତେବେ ବନବିଭାଗ, ଗ୍ରାମବାସୀ ହାତୀଙ୍କୁ ଘଉଡାଇଲେ ମଧ୍ୟ ହାତୀମାନେ ଜଙ୍ଗଲକୁ ନଯାଇ ପାହାଡ଼କୁ ପଳାଉଛନ୍ତି । ସନ୍ଧ୍ୟା ହେଲେ ପୁଣି ଧାନ ଖାଇବା ସହିତ ନଷ୍ଟ କରୁଛନ୍ତି ।