Home ଓଡ଼ିଶା ଭଗତ ସିଂହ, ରାଜଗୁରୁ ଏବଂ ସୁୁଖଦେବଙ୍କୁ ଭାରତ ରତ୍ନ ପାଇଁ ଦାବି: ଏତେ ଦିନ କେଉଁଠି...

ଭଗତ ସିଂହ, ରାଜଗୁରୁ ଏବଂ ସୁୁଖଦେବଙ୍କୁ ଭାରତ ରତ୍ନ ପାଇଁ ଦାବି: ଏତେ ଦିନ କେଉଁଠି ଥିଲେ?

455

ନୂଆଦିଲ୍ଲୀ: ଅମର ସହିଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଭାରତ ରତ୍ନ ପାଇଁ ଦାବି ଉଠିଛି।କଂଗ୍ରେସ ନେତା ମନିଷ ତିୱାରୀ ତିନି ଅମର ସହିଦଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି।ଏହାସହ ଚଣ୍ଡୀଗଡ଼ ଏୟାରପୋର୍ଟ ଭଗତ ସିଂହଙ୍କ ନାମରେ ନାମିତ କରିବା ପାଇଁ ମଧ୍ୟ ମନିଷ ତିୱାରୀ ଦାବି କରିଛନ୍ତି।ଏ’ ନେଇ ମନିଷ ତିୱାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।ଅମର ସହିଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ତ’ ନିଶ୍ଚିତ ଭାବରେ ଭାରତର ରତ୍ନ।କିନ୍ତୁ, ସ୍ୱାଧୀନତାର ଏତେ ବର୍ଷ ଯାଏଁ ଦେଶରେ ଶାସନ କରି ଆସିଥିବା କଂଗ୍ରେସ ନିଜ ଶାସନ କାଳରେ ଗାନ୍ଧୀ/ନେହେରୁ ପରିବାର ଭିତରୁ କେବେ ବାହାରକୁ ବାହାରି ନପାରି, ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ପରି ଭାରତର ରତ୍ନ ମାନଙ୍କୁ ଭାରତ ରତ୍ନ ପ୍ରଦାନ ନ’ କରି ଆଜି ମୋଦୀଙ୍କୁ ଏ’ ଦାବି ଜଣାଇବାର ମାନେ କ’ଣ? ବିନାୟକ ଦାମୋଦର ସାବରକରଙ୍କୁ ଏବେ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଉଠୁଥିବା ଯୋଗୁଁ କେବଳ କଂଗ୍ରେସକୁ ଏବେ ଭଗତ ସିଂହ, ରାଜଗୁରୁ ଆଉ ସୁଖଦେବ ମନେ ପଡ଼ିଯାଇ ନାହାଁନ୍ତି ତ’?//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.