କଳାହାଣ୍ଡି- ୧୦.୦୩.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆସନ୍ନପ୍ରାୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳରେ ଉତ୍ସୁକତା ଦେଖାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଆଶାୟୀଙ୍କ ଭିଡ ଜମିବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ଥିବା ୬ଗୋଟି ଥିବା ବେଳେ ଗତ ୨୦୦୯ ମସିହାରୁ ୫ଟି ବିଧାନସଭା କ୍ଷେତ୍ର ରହିଛି। ତନ୍ମଧ୍ୟରୁ ଜୁନାଗଡ ବିଧାନସଭା କ୍ଷେତ୍ର ସବୁବେଳେ ଏକ ସ୍ୱତନ୍ତ୍ର ମର୍ଯ୍ୟଦା ବହନ କରିଆସିଛି। ୧୯୫୧ ମସିହାରେ ଗଠିତ ଏହି ୨୦ ନମ୍ବର ଜୁନାଗଡ ବିଧାନସଭା କ୍ଷେତ୍ରରେ ସେତେବେଳେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ନିର୍ବାଚିତ ହୋଇଥିଲେ। ଜୁନାଗଡ ତତ୍କାଳୀନ କଳାହାଣ୍ଡି ଏଷ୍ଟେଟର ରାଜଧାନୀ ଥିବା ବେଳେ କଳାହାଣ୍ଡି ରାଜପରିବାରର ଅନେକ ଜମିବାଡି ଘରଦ୍ୱାର ଆଜିମଧ୍ୟ ରହିଛି ଏବଂ ସେମାନେ ଜୁନାଗଡର ପୁରାତନ ଅଧିବାସୀ ମଧ୍ୟ। ଏପରିକି ଜୁନାଗଡର ପ୍ରାଚୀନ ପରଂପରା ଗୁଡିକରେ ଆଜି ମଧ୍ୟ କଳାହାଣ୍ଡି ରାଜପରିବାରର ମୁଖ୍ୟ ଭୂମିକା ରହିଆସିଛି। ଏହି ପରପ୍ରେକ୍ଷୀରେ କଳାହାଣ୍ଡି ମହାରାଜା ପ୍ରଥମ ବିଧାୟକ ହୋଇ ବିଧାନସଭାକୁ ଯାଇଥିବା ବେଳେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯୁବରାଜ ଉଦିତ ପ୍ରତାପ ଦେଓ ସ୍ୱତନ୍ତ୍ର ପାର୍ଟିରୁ ୧୯୭୪ ମସିହାରେ ୯୮-ଜୁନାଗଡ ବିଧାନସଭାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ମହାରାଜାଙ୍କ କନିଷ୍ଠ ପୁତ୍ର କନିଷ୍ଠ ପୁତ୍ର ବିକ୍ରମ କେଶରୀ ଦେଓ ପ୍ରଥମେ୧୯୮୫ ମସିହାରେ ଜନତାପାର୍ଟିରୁ, ୧୯୯୦ରେ ଭାଜପାରୁ, ୧୯୯୫ରେ ଭାଜପାରୁ ୯୮- ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହେବା ସହ ୧୯୯୮ ମସିହାରେ ଦ୍ୱାଦଶ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହେବାରେ ଜୁନାଗଡ ଅଂଚଳର ବିପୁଳ ସମର୍ଥନ ପାଇଥିଲେ। ଜୁନାଗଡ ଅନ୍ତର୍ଗତ ହାବସପୁର ବାସିନ୍ଦା ମହେଶ୍ୱର ନାଏକ ଗଣତନ୍ତ୍ର ପରିଷଦରୁ ୧୯୬୧ ମସିହାରେ ୩୭-ଜୁନାଗଡ ପାଇଁ ଏବଂ ୧୯୬୭ ମସିହାରେ ସ୍ୱତନ୍ତ୍ର ପାର୍ଟିରୁ ୯୨-ଜୁନାଗଡ ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ ମସିହାରେ ଜୁନାଗଡ ମଧ୍ୟମପଡା ବାସିନ୍ଦା ତ୍ରୀନାଥ ସରାଫ ସ୍ୱତନ୍ତ୍ର ପାର୍ଟିରୁ ୯୨-ଜୁନାଗଡ ପାଇଁ ବିଧାୟକ ହୋଇଥିବା ବେଳେ ୧୯୭୪ରେ ଯୁବରାଜ ଉଦିତ ପ୍ରତାପ ଦେଓ ସ୍ୱତନ୍ତ୍ର ପାର୍ଠୀରୁ ୯୮-ଜୁନାଗଡ ପାଇଁ, ବିଧାୟକ ହୋଇଥିଲେ। ୧୯୭୭ ମସିହାରେ ପ୍ରଥମ କରି ତକ୍ରାଳୀନ ଏନଏସି ଅଧ୍ୟକ୍ଷଥିବା ମହେଶ୍ୱର ବରାଡ କଂଗ୍ରେସ ରୁ ୯୮-ଜୁନାଗଡ ପାଇଁ ବିଧାୟକ ହୋଇ ପରବର୍ତି ୧୯୮୦ ନିର୍ବାଚନରେ ମଧ୍ୟ ସେହି ଲଂଗ୍ରେସରୁ ୯୮-ଜୁନାଗଡ ପାଇଁ ପୁନଃ ବିଧାୟକ ହୋଇଥିଲେ। ୧୯୮୫ ମସିହାରେ କଳାହାଣ୍ଡି ରାଜପରିବାରର ଦାୟାଦ ଭାବେ ବିକ୍ରମ କେଶରୀ ଦେଓ ପ୍ରଥମେ ଜନତାପାର୍ଟିରୁ ୧୯୯୦ ରେ ଭାଜପାରୁ ଏବଂ ୧୯୯୫ରେ ଭାଜପାରୁ ୯୮-ଜୁନାଗଡ ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଯାଇଛନ୍ତି। ୧୯୯୮ ରେ ବିକ୍ରମ କେଶରୀ ଦେଓ ସାଂସଦ ଭାବେ ନିର୍ବାଚିତ ହେବାପରେ ହୋଇଥିବା ଉପନିର୍ବାଚନରେ ଜୁନାଗଡ ଅନ୍ତର୍ଗତ ଚିଚୈଗୁଡା ର ହିମାଂଶୁ ଶେଖର ମେହେର ୯୮-ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହେବାପରେ କ୍ରମାଗତ ଭାବେ ୨୦୦୦ ଓ ୨୦୦୪ ମସିହାରେ ମଧ୍ୟ ଭାଜପାରୁ ୯୮-ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭା କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ହେବାପରେ ଜୁନାଗଡ ଏନଏସି, ଜୁନାଗଡବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ଅଂଚଳକୁ ନେଇ ୭୮-ଜୁନାଗଡ ବିଧାନସଭା କ୍ଷେତ୍ର ହେବାପରେ ୨୦୦୯ରେ କଂଗ୍ରେସରୁ ଜୁନାଗଡ ଅନ୍ତର୍ଗତ ପଳାସ ଗ୍ରାମର ଗୋବର୍ଦ୍ଧନ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ଜୁନାଗଡ ଅନ୍ତର୍ଗତ ଭଇଁରୀଗୁଡା ଗ୍ରାମ ଏବଂ ଜୁନାଗଡ ବଜାରପଡାର ତକ୍ରାଳିନ ବାସିନ୍ଦା ଗଣପତି ମିଶ୍ରଙ୍କ ଦାୟାଦ ହିସାବରେ ଦିବ୍ୟଶଙ୍କର ମିଶ୍ର ବିଜେଡିରୁ ୭୮-ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ସମୃଦ୍ଧ ଓଡିଶାର ପ୍ରାର୍ଥୀ ଭାବେ ୨୦୦୯ ମସିହାରେ ସମୃଦ୍ଧ ଓଡିଶାର ଯତୀଶ ମିଶ୍ର ଭଲି ଓଡିଶାର ବିଭିନ୍ନ ଅଂଚଳରୁ ଆସି ଜୁନାଗଡରେ ନିର୍ବାଚନ ଲଢିଥିଲେହେଁ କେବଳ ଜୁନାଗଡ ଅଂଚଳ ସହତି ଓତପ୍ରେତ ଭାବେ ଜଡିତ ଏବଂ ଜୁନାଗଡ ଅଂଚଳର ସାଂସ୍କୃତିକ ପରଂପରା ତଥା ଏହି ଅଂଚଳର ବିଚାରଧାରା ସହ ଖାପଖୁଆଇ ଚଳୁଥିବା ଏବଂ ଏ ଅଂଚଳ ସହିତ ଓଃତପ୍ରୋତଃଭାବେ ସଂଶ୍ଲିଷ୍ଟ ଥିବା ପ୍ରାର୍ଥୀମାନେ ହିଁ ଜୁନାଗଡରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି। ନିର୍ବାଚନ ଆସିଲେ ବିଧାୟକ ହେବାପାଇଁ ଆଶାୟୀ ସଂଖ୍ୟା ବୃଦ୍ଧିହେବା ସ୍ୱାଭାବିକ। ବିଧାୟକ ଭାବେ ନିର୍ବାଚିତ ହେବାପରେ ଲୋକଙ୍କ ମନହୃଦୟ ଭିତରେ ଆସ୍ଥାନ ଜମାଇବା କଷ୍ଟକର ବ୍ୟାପାର ମଧ୍ୟ। ଲୋକଙ୍କ ସାମୁହିକ ଉନ୍ନତି ଏବଂ ଲୋକଙ୍କ ସହ ରହିପାରିଲେହିଁ ପ୍ରତିନିଧିତ୍ୱର ସାର୍ଥକତା ରହିପାରିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦିଅନ୍ତି। ଅତୀତରେ ମହେଶ୍ୱର ନାଏକ ଓ ମହେଶ୍ୱର ବରାଡ ଦୁଇଥର ଲେଖାଏଁ ଏବଂ ବିକ୍ରମ କେଶରୀ ଦେଓ ତିନିଥର ବିଧାୟକ ଓ ତିନିଥର ସାଂସଦ ହେବାର ସଫଳତା ହାସଲ କରିପାରିଥିବା ବେଳେ ହିମାଂଶୁ ମେହେର ମଧ୍ୟ ତିନିଥର ବିଧାୟକ ହୋଇପାରିଛନ୍ତି। ଲୋକପ୍ରୀୟତା ହ୍ରାସ ପାଇବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ପୁନଃ ନିର୍ବାଚିତ ହୋଇପାରିନଥିବା ରାଜନୈତିକ ବିଶ୍ଳେଷଣରୁ ଜଣାପଡେ। ବର୍ତମାନ ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ ସବୁଦଳରେ ଏବେ ରାଜନୈତି ଉଷ୍ମତା ବୃଦ୍ଧିପାଇବାରେ ଲାଗିଛି। ଏଥର ଜୁନାଗଡିଆ ଆହ୍ୱାନ ଦିଆଯାଇ କେତେକାଂଶରେ ଲୋକମତକୁ ନିଜ ସପକ୍ଷକଲୁ ନେବାର ଉଦ୍ୟମ ମଧ୍ୟ ଆରମ୍ଭ ହୋଇସାରିଛି। ଶାସକ ବିଜେଡି ଦଳର ବର୍ତମାନ ବିଧାୟକ ବିଧାମସଭା କ୍ଷେତ୍ରର ସମସ୍ତ ଗ୍ରାମ, ପଡାକୁ ଗସ୍ତ କରି ଲୋକଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିବା ବେଳେ ପୁନଃ ନିର୍ବାଚନ ମଇଦାନକୁ ଆସିବା ପାଇଁ ଆଶାବାଦୀ। ଅବଶ୍ୟ ଗତ ୦୭.୦୩.୧୯ରେ ବିଜଦର ଆଶାୟୀ କାର୍ଯ୍ୟକର୍ତାମାନେ ବିଧାୟକ ଦଳୀୟ ସଙ୍ଗଠନକୁ ଅଣଦେଖା କରୁଥିବା ଯୋଗୁଁ ଆଗାମୀ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲେ ଅସହେଯାଗ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବା ବେଳେ ୦୮/୦୩/୨୦୧୯ରେ ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ର ୫୧ ଜଣ ସରପଂଚ ଓ ୩୪ ଜଣ ସମିତି ସଭ୍ୟ ବର୍ତମାନେ ବିଧାୟକଙ୍କ ପ୍ରତି ଆସ୍ଥାପ୍ରକଟ କରି କ୍ୟାପଟେନ ମିଶ୍ରଙ୍କ ଜନମୂଖି କାଯର୍ଧ୍ୟକଳାପ ଯୋଗୁଁ ତାଙ୍କୁ ପୁନଃ ପ୍ରାର୍ଥୀ କରାଯିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସେହିପରି ଭାଜପା ପକ୍ଷରୁ ପୂର୍ବ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର ଦାବିଦାର ରହିଥିବା ବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ପ୍ରମୁଖ ଦାବିଦାର ରହିଥିବା ଜଣାପଡିଛି। ଅନ୍ୟାନ୍ୟ ଦଳ ମାନଙ୍କରୁ ମଧ୍ୟ ଅନେକ ଦାବିଦାର ବାହାରିଥିବା ବେଳେ କେଉଁ ଦଳରୁ କାହାକୁ ପ୍ରାର୍ଥୀ କରାଯିବ ତାହା ଆଗାମୀ ସମୟ କହିବ।