Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ୮୦ ହଜାର ଶିଶୁ ପଲ୍ସ ପୋଲିଓ ବୁନ୍ଦା ଖାଇବେ, ୧୪ ତାରିଖରୁ ସ୍ୱାଭିମାନ...

ମାଲକାନଗିରି ଜିଲ୍ଲାରେ ୮୦ ହଜାର ଶିଶୁ ପଲ୍ସ ପୋଲିଓ ବୁନ୍ଦା ଖାଇବେ, ୧୪ ତାରିଖରୁ ସ୍ୱାଭିମାନ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ପଲ୍ସପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହେବ

259

ମାଲକାନଗିରି, ୧୦ା୩ (ଓଡିଆ ପୁଅ ) ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜି ପଲ୍ସପୋଲିଓ କାର୍ଯ୍ୟକ୍ରମର ଶୁଭାଆରମ୍ଭ ହୋଇଛି, ଏହି ପଲ୍ସପୋଲିଓ କାର୍ଯ୍ୟକ୍ରମରେ ୮୦ହଜାର ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ, ଆଜି ପ୍ରଥମ ଦିବସରେ ୭୦ ପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦାଦିଆ ଯାଇଛି। ଆଜି ସକାଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ଜଣେ ଶିଶୁକୁ ପୋଲିଓ ବିନ୍ଦା ଖୁଆଇ ପଲ୍ସପୋଲିଓ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଜିତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଚିକତ୍ସା ଅଧାକାରୀ ହସପିଟାଲ ସୁପରି ଟେଣ୍ଡେଣ୍ଟ ଡାକ୍ତର ଅନିଲ କୁମାର ମିଶ୍ର, ଏଡିଏମଓ ଡାକ୍ତର ଅଜୟ କୁମାର ବୈଠାରୁ, ଶଶିଭୁଷଣ ମହାପାତ୍ର, ଡା.ସପନକୁମାର ଧିଣ୍ଡା, ଡିପିଏମ ସୁଦିପ କୁମାର କେଶ, ହସପିଟାଲ ପରିଚାଳକ ଶସାଙ୍କ ଶେଖର ପଣ୍ଡିତ ରାୟ, ମାଓ ଶିଶୁ ସ୍ୱାସ୍ଥ୍ୟ ଉପପରିଚାଳକ ବନବିହାରି ମିଶ୍ର, ଜିଲ୍ଲା ପ୍ରତିଶେଷଧକ ଓ କମ୍ପ୍ୟୁଟର ସହାୟକ ଶିବପ୍ରସାଦ ପ୍ରହରାଜ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମ ଦିବସରେ ୭୦ ପ୍ରତିଶତ ଶିଶୁଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଥିବା ସ୍ୱସ୍ଥ୍ୟକେନ୍ଦ୍ରରେ ପୋଲିଓବୁନ୍ଦା ଦିଆ ଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ପର୍ଯ୍ୟନ୍ତ ଚାଲିବ, କାଲି ଠାରୁ ସ୍ୱାସ୍ଥ୍ୟକର୍ମି, ଆଙ୍ଗନ ଓ୍ୟାର୍ଡି, ଆଶାକର୍ମି ମାନେ ଘର ଘର ବୁଲି ଛାଡିଦେଇ ଥିବା ଶିଶୁଙ୍କୁ ଚିହ୍ନଟ କରି ପୋଲିଓବୁନ୍ଦା ଦେବେ। ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ଥିବା ସ୍ୱାଭିମାନଅଞ୍ଚଳର ୭ଟି ଗ୍ରାମପଟାଂୟତର୧୫୧ଖଣ୍ଡ ଗ୍ରାମରେ ସ୍ୱତନ୍ତ୍ର ଭାବେ ଆସନ୍ତା ୧୪, ୧୫, ୧୬ ତାରିଖ ରେ ତିନି ଦିନ ଧରି ସ୍ୱାସ୍ଥ୍ୟକର୍ମୀ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ଘର ଘର ବୁଲି ୫ହଜାର ଶିଶୁଙ୍କୁ ପୋଲିଓ ବୁନ୍ଧାଖୁଆଇବେ। ଜିଲ୍ଲାର ୭୧୨ଟି ପଲ୍ସ ପୋଲିଓ କେନ୍ଦ୍ରଖୋଲା ଯାଇଛି, ଏହିକାର୍ଯ୍ୟକ୍ରମରେ ୧୪୨୪ଜଣସ୍ୱାସ୍ଥ୍ୟ କର୍ମୀ, ୬୧ଜଣସୁପରଭାଇଜର ଙ୍କୁ ନିୟୋଜିତ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.