କୋରାପୁଟ ; ତା୧୯-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ୨୯ ଟି ଜିଲ୍ଲାପରିଷଦ ଜୋନରେ ଆସନ୍ତା ୨୦ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ମାସିକ ଓାର୍ଡ କମିଟି ବୈଠକ ଆୟୋଜନ କରାଯିବ ବୋଲି ବିଜେଡି ପର୍ଯ୍ୟବେକ୍ଷକ ତଥା ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା କୋରାପୁଟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ପ୍ରତ୍ୟେକ ମାସରେ ଏହି କମିଟି ବୈଠକ ଅନୁଷ୍ଠିତ କରାଯାଇ ଅନ୍ୟୁନ ୨୦୦ ନୂତନ ସଭ୍ୟ ସଂଗ୍ରହ କରାଯିବାକୁ ପ୍ରସ୍ତାବ ରହିଥିବା ସେ ପ୍ରକାଶ କରିଥିଲେ ।ଓଡିଶାର ସ୍ୱାର୍ଥ ଓ ସ୍ୱାଭିବାନକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଥିବା ଓ ଓଡିଶାର ନୂତନ ଯୋଜନା ଗୁଡିକ କିପରି ଲୋକମାନଙ୍କ ନିକଟରେ ପହଂଚିପାରିବ ସେଥିପ୍ରତି କମିଟି ସଭ୍ୟମାନେ ଆଲୋଚନା କରି ତାହା ଲୋକମାନଙ୍କୁ ଜଣେଇବେ ବୋଲି ସେ ସୂଚନା ଦେଇଥିଲେ ।ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିବା , ମହିଲାମାନଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଓଡିଶା ବିଧାନ ସଭାରେ ସଂକଳ୍ପ ପ୍ରାରିତ ହୋଇଥିବା ବେଳେ ଜାତୀୟ କଂଗ୍ରେସ ସଭାପତି ରାହୁଳ ଗାନ୍ଧି କଂଗ୍ରେସ ଶାସିତ ରାଜ୍ୟରେ ଏହାକୁ ପ୍ରାରିତ କରିବାକୁ ଘୋଷଣା କରିଥିବା , ଅନୁସୂଚିତ ଜାତି ଛାତ୍ରବୃତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ,ରେଳ ବିଭାଗର ବୈମାତୃିକ ମନୋଭାବ , ମହାନଦୀ ଓ ପୋଲାଭରମ ସମସ୍୍ୟା , କେନ୍ଦୁପତ୍ରରେ ଜିଏସଟି ହ୍ରାସ କରିବା ପ୍ରଭୃତି ଉପରେ ବୈଠକରେ ଆଲୋଚନା କରାଯିବା ସହ ଏହାକୁ ନେଇ କମିଟିର ସଭ୍ୟମାନେ ଲୋକମାନଙ୍କୁ ଜଣେଇବେ ବୋଲି ସେ ସୂଚନା ଦେଇଥିଲେ ।ଏତତବ୍ୟତିତ ସ୍ଥାନୀୟ ସମସ୍୍ୟା ଉପରେ ବୈଠକରେ ଆଲୋଚନା କରାଯାଇ ସମାଧାନ ନିମନ୍ତେ ସଭ୍ୟମାନେ କ୍ରୀୟାଶୀଳ ହେବାକୁ ପରାମର୍ଶ ଦିଆଯାଇଥିବା ସେ ପ୍ରକାଶ କରିଥିଲେ ।ଗତ ଜିଲ୍ଲାପରିଷଦ ନିର୍ବାଚନରେ ଜିଲ୍ଲା ବିଜେଡି ଯେଭଳି ଭାବେ ୨୪ ଟି ଜୋନ ଅକ୍ତିଆର କରିଥିଲା ଏଥିରୁ ଅନୁମାନ ଯେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି କୋରାପୁଟ ଜିଲ୍ଲାର ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିବ ବୋଲି ଶ୍ରୀ ପରିଡା ଆଶାବ୍ୟକ୍ତ କରିଥିଲେ ।କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାଙ୍ଗୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ ଉପସ୍ଥିତ ଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରଘୁରାମ ମାଛ , କୋରାପୁଟ ବ୍ଲକ ସଭାପତି ସାହେବ ଖିଲଙ୍କ ସହ ଅନ୍ୟାନ୍ୟ ବିଜେଡି ନେତା ଯୋଗଦେଇଥିଲେ ।