Home କୋରାପୁଟ ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ୨୭ ତମ ବାର୍ଷିକ ଉସôବ ପାଳିତ

ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ୨୭ ତମ ବାର୍ଷିକ ଉସôବ ପାଳିତ

270

କୋରାପୁଟ ; ତା୧୯-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ୨୭ ତମ ବାର୍ଷିକ ଉସôବ ପାଳିତ ହୋଇଯାଇଛି ।ପରିଚାଳନା କମିଟିର ସଭାପତି ଡ.ଅମୁଲ୍ୟ ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ଜଣେ ଜଣେ ଉତମ ନାଗରିକ ଭାବେ ଗଢିତୋଲିବାକୁ ଉପସ୍ଥିତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ ।ବିଦ୍ୟାପୀଠର ଅଧ୍ୟକ୍ଷା ଶ୍ରୀମତୀ ଅତସୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରାରେ ସମସ୍ତେ ଅନୁପ୍ରାଣିତ ହେବାକୁ ସଭାପତି ଡ.ମହାପାତ୍ର ଆଲୋକପାତ କରିଥିଲେ ।ବିଦ୍ୟାପୀଠର ଶ୍ରେଷ୍ଠ ଛାତ୍ରୀଭାବେ ବର୍ଷା ପଣ୍ଡାଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିବା ବେଳେ ଛାତ୍ରୀ ତନୁଜା ପଟନାୟକଙ୍କୁ ବିବେକାନନ୍ଦ ଆଓାର୍ଡ ପ୍ରଦାନ କରାଯାଇଥିଲା ।ସଂପାଦକ ରାମ ପ୍ରସାଦ ସରାଫ ଉପସ୍ଥିତ ଥିବା ବେଳେ କୁନ୍ତଳା ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.