Home ଅପରାଧ ୩ ବଜ୍ରକାପ୍ତା କାତି ସହ ୬ ଗିରଫ

୩ ବଜ୍ରକାପ୍ତା କାତି ସହ ୬ ଗିରଫ

372

ବାରିପଦା ୨୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ବଜ୍ରକାପ୍ତାର ଚୋରା ଚାଲାଣ ରୋକିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ କରାଗଲେ ମଧ୍ୟ ଏହା ରୋକିବାରେ ନାମ ନେଉନାହିଁ।

ତେବେ ଗତକାଲି ସନ୍ଧ୍ୟାରେ ଉଦଳା ବନାଞ୍ଚଳରୁ ଅବୈଧ ଭାବେ ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗରେ ବନବିଭାଗ ୬ଜଣଙ୍କୁ ଗିରଫ କରିଛି। ବାଲିଛତ୍ର ଓ ବୃନ୍ଦାଗଡ଼ି ଅଞ୍ଚଳରେ ୩ ଟି ବଜ୍ରକାପ୍ତା କାତି ସହ ୬ ଜଣକୁ ଗିରଫ କରିଛି ବନବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରବିବାର ସନ୍ଧ୍ୟାରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ୨ଟି ବାଇକ ସହ ସ୍ଥାନୀୟ ଅଞ୍ଚଳର ୬ ଜଣକୁ ଗିରଫ କରିଛି। ମିଳୁଥିବା ସୂଚନା ଅନୁଯାୟୀ ଏହି କାତି ଗୁଡିକ ୭ ଲକ୍ଷ ଟଙ୍କାରେ ବିକ୍ରି ହେବାକୁ ନେଇ ଯୋଜନା ହେଉଥିବାର ସୂଚନା ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.