Home ଜିଲ୍ଲା ପରିକ୍ରମା ସହୀଦ ଗୋପ ମହାନ୍ତିଙ୍କ ସ୍ମୃତି ଦିବସ ପାଳିତ

ସହୀଦ ଗୋପ ମହାନ୍ତିଙ୍କ ସ୍ମୃତି ଦିବସ ପାଳିତ

158

ଭୁବନେଶ୍ୱର/ଯାଜପୁର୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କଳିଙ୍ଗ ନଗର ଗୁଳିକାଣ୍ଡରେ ୨୦୦୬ ମସିହା ଜାନୁଆରୀ ୨ତାରିଖ ଯାଜପୁର ଜିଲ୍ଲାର କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ଗ୍ରାମର ଶହୀଦ ଗୋପପ୍ରସାଦ ମହାନ୍ତିଙ୍କ ଗ୍ରାମରେ ଥିବା ପ୍ରତିମୂର୍ତିରେ ସହୀଦ ଦିବସ ଉପଲକ୍ଷେ କୋରାଇ ଥାନା ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ସହୀଦଙ୍କ ଉଦ୍ଦ୍ୟେଶରେ ଏକ ସ୍ମୃତି ସଭା ଧନେଶ୍ୱର ଗୌରାଙ୍ଗ ନୋଡାଲ ବିଦ୍ୟାପୀଠ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଡିଏସପି ବିଜୟ କୁମାର ମଲ୍ଲିକ, ଥାନାଧିକାରୀ ରଣଜିତ୍ ମହାନ୍ତି, କାହ୍ନୁ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ମୋହନ ଚରଣ ଖୁଂଟିଆ, +୨ ଅଧ୍ୟକ୍ଷ ସ୍ମୃତିରଂଜନ ରାୟ,ଇଂରାଜି ଅଧ୍ୟାପିକା ସରିତା ପୃଷ୍ଟି, ସନ୍ୟାସି ବାରିକ, ପ୍ରେସ କ୍ଲବ ସଭାପତି ସୁବାସ ଧଳ, ପୂର୍ବତନ ସରପଂଚ ରାଜେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସହୀଦଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ କ୍ରମେଡ ଆଲୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ହୋଇଥିବା ତର୍କ ପ୍ରତିଯୋଗିତା ଆଜିର ସମାଜରେ ପୁଲିସର ଭୂମିକା ଶିର୍ଷକରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସ୍ମୃତିକମିଟି ପକ୍ଷରୁ ତାରକେଶ୍ୱର ମହାନ୍ତି,ସହୀଦ ଗୋପ ପ୍ରସାଦଙ୍କ ଭାଇ ଭାଗବତ ମହାନ୍ତି, ମନୋଜ ମହାନ୍ତି, ପରେଶ ମହାନ୍ତି,ସମେତ ବିଦ୍ୟାଳୟର ଛାତ୍ର/ଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ, ଗ୍ରାମବାସୀ, ବୁଦ୍ଧିଜିବୀ, ସମାଜସେବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.