Home ଅପରାଧ ଜିଅନ୍ତା ଜଳିଗଲେ ସରକାରୀ କର୍ମଚାରୀ

ଜିଅନ୍ତା ଜଳିଗଲେ ସରକାରୀ କର୍ମଚାରୀ

214

ଭୁବନେଶ୍ୱର/କେନ୍ଦୁଝର୨୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଲୋକର ପର୍ବ ତଥା ପୁତୃଲୋକଙ୍କୁ ପିଣ୍ଡଦାନର ପର୍ବ ସାରା ଦେଶରେ ଆନନ୍ଦ ଉଲ୍ଲାସରେ ଗତ କାଲି ଘରେ ଘରେ ପାଳନ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜଣେ ସରକାରୀ କର୍ମଚାରୀ ରାତ୍ରିରେ ଘରେ ଥିବାବେଳେ ନିଆଁରେ ପୋଡିହୋଇ ମୃତବରଣ କରିଥିବା ସୁଚନା ମିଳିଛି । ଜିଲ୍ଲାର ସୋସୋ ଥାନା ସଢା ଛକରେ ଆନନ୍ଦପୁର ତହସିଲର କନିଷ୍ଟ କିରାଣୀ  ତାଙ୍କ ଘର ସହିତ ନିଆଁରେ ଜିଅନ୍ତା ପୋଡିହୋଇ ମୃତ୍ୟୁ  ବରଣ କରିବା ଏକ ଦୁଃଖଦ ଘଟଣା ଘଟିଥିବା ସୁଚନା ମିଳିଛି । ଘରେ କିପରି ନିଆଁ ଲାଗିଲା ଓ କିରାଣୀ ଜଣକ କିପରି ଜିଅନ୍ତା ପୋଡି ଗଲେ ତାହା ସନ୍ଦେହ ଘେରରେ ଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.