Home ଓଡ଼ିଶା ଦୀପାବଳୀ ରାତି: ସମ୍ବଲପୁର ଗୋଲ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୮୦ ଦୋକାନ

ଦୀପାବଳୀ ରାତି: ସମ୍ବଲପୁର ଗୋଲ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୮୦ ଦୋକାନ

248

ଭୁବନେଶ୍ୱର: ଦୀପାବଳୀ ରାତିରେ ସମ୍ବଲପୁର ଗୋଲ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୮୦ରୁ ଉର୍ଦ୍ଦ୍ଵ ପରିବା ଦୋକାନ ଆଦି ପୋଡ଼ି ଭସ୍ମ ହୋଇଯାଇଛି।ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମଗ୍ରୀ ପୋଡ଼ି ନଷ୍ଟ ହୋଇଛି।ନିଆଁ ପ୍ରାୟ ରାତି ୨’ଟାରେ ଲାଗିଥିବା କୁହାଯାଉଛି।ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।କିନ୍ତୁ, ପ୍ଲାଷ୍ଟିକ ଆଜବେଷ୍ଟସ, ଜରି ଏବଂ ବିଭିନ୍ନ ଦହନଶୀଳ ପଦାର୍ଥ ଥିବାରୁ ନିଆଁ ଖୁବ ଶୀଘ୍ର ବ୍ୟାପି ଯାଇଥିଲା।୩ଟି ଦମକଳ ଗାଡ଼ି ସାହାଯ୍ୟରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା।ଦୀପାବଳୀରେ ଲାଗିଥିବା ଦୀପରୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।ଏହା ପୁର୍ବରୁ ମଧ୍ୟ ଗୋଲବଜାରରେ ନିଆଁ ଲାଗି କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.