Home ଓଡ଼ିଶା ଦୀପାବଳୀ ରେ ଘରେ ଶୋଇଥିବା ବେଳେ ନିଆଁ ଲାଗି ବୃଦ୍ଧ ମୃତ

ଦୀପାବଳୀ ରେ ଘରେ ଶୋଇଥିବା ବେଳେ ନିଆଁ ଲାଗି ବୃଦ୍ଧ ମୃତ

126

କେନ୍ଦୁଝର,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲି ଦୀପାବଳୀ ଥିବାବେଳେ ବିଭିନ୍ନ ଜାଗାରେ ବିଭିନ୍ନ ଅଘଟଣ ଖବର ସାମ୍ନାକୁ ଆସିଛି ।  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢା ଛକରେ ଗତକାଲି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏକ ଘରେ ନିଆଁ ଲାଗିଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ହେଲେ ଶୁକଦେବ ମୁଣ୍ଡା (୫୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,  ଗତକାଲି ରାତି ପ୍ରାୟ ୧ ଟାରେ ଶୁକଦେବ ଶୋଇଥିବାବେଳେ ଘରେ ହଠାତ ନିଆଁ ଲାଗିଥିଲା ।ଫଳରେ ସେ ଘରୁ ବାହାରି ନପାରି ତା ଭିତରେ ବସି ଯାଇଥିଲେ ।  ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ଯାଇଥିଲା । ସୂଚନା ଅନୁସାରେ, ସେ ଆନନ୍ଦପୁର ତହସିଲରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ଏବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବେଛଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.