Home ଓଡ଼ିଶା ନିର୍ଭୟା କେସରେ ନୂଆ ମୋଡ଼ : ଦୋଷୀମାନଙ୍କର ଓକିଲ ପାଶୀ ଦଣ୍ଡ ଉପରେ ରୋକ ଲଗାଇବା...

ନିର୍ଭୟା କେସରେ ନୂଆ ମୋଡ଼ : ଦୋଷୀମାନଙ୍କର ଓକିଲ ପାଶୀ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ପାଟିଆଲା ହାଉସ କୋର୍ଟରେ ପହଁଚିଲେ

412

ନୂଆ ଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ନିର୍ଭୟା କେସରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ୧ ଫେବୃଆରିରେ ହେବାକୁଥିବା ପାଶୀ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଦାବି କରି ଦୋଷାମାନଙ୍କର ଓକିଲ ଦିଲ୍ଲୀର ପାଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସମାଚାର ଏଜେନ୍ସୀ ଏଏନଆଇ ମୁତାବକ, ନିର୍ଭୟା କେସରେ ମୃତ୍ୟୁ ଦଣ୍ଡର ସାମନା କରୁଥିବା ଦୋଷାମାନଙ୍କର ଓକିଲ ଏକ ଫେବୃଆରିକୁ ତୟ ହୋଇଥିବା ପାଶୀ ଦଣ୍ଡ ଉପରେ ସ୍ଥଗିତାଦେଶ ପାଇଁ ନିବେଦନ କରିବା ସହିତ ଦିଲ୍ଲୀର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଓକିଲ ଏପି ସିଂହ ନିଜର ଯାଚିକାରେ ଦୃଢ଼ୋକ୍ତି କରିଛନ୍ତି କି ଦିଲ୍ଲୀ ଜେଲ ନିୟମ ଅନୁସାରେ, ଚାରୀ ଦୋଷୀମାନଙ୍କ ମଧ୍ୟରୁ ଜଣେ ଅପରାଧିକୁ ପାଶୀ ଦଣ୍ଡ ଦିଆଯାଇପାରିବ ନାହିଁ। ଯେତବେଳ ପର୍ଯ୍ୟନ୍ତ ଅନ୍ତିମ ଦୋଷୀର ରାଜକ୍ଷମା ସହିତ ସମସ୍ତ ଆଇନର ବିକଳ୍ପ ସମାପ୍ତ ହୋଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.