Home ଓଡ଼ିଶା ଆଇଫୋନରୁ ତ୍ରୁଟି ବାହାରିଲେ କମ୍ପାନୀ ଦେବ ଏତିକି କୋଟି

ଆଇଫୋନରୁ ତ୍ରୁଟି ବାହାରିଲେ କମ୍ପାନୀ ଦେବ ଏତିକି କୋଟି

876

ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): Apple INC (AAPL.O) ଦ୍ୱାରା ଆଇଫୋନରୁ କିଛି ତ୍ରୁଟି ଦେଖାଇଲେ ସାଇବର ସୁକ୍ୟରିଟ ରିସର୍ଚ୍ଚ  ଟିମକୁ ୧ ମିଲିଅନ ଅର୍ଥାତ ( ପାଖାପାଖି ୭,୦୪,୭୭,୨୦୦ଟଙ୍କା) ଅଫର କରିଛି। ହ୍ୟାକର ଠାରୁ ବଞ୍ଚିବା ପାଇଁ କୌଣସି କମ୍ପାନୀ ଦ୍ୱାରା ଦିଆଯାଇଥିବା ଅଫର ମଧ୍ୟରେ ଏହା ସବୁଠାରୁ ଅଧିକ।

ପ୍ରଥମେ ଆପେଲ ଦ୍ୱାରା ଅଫରକୁ ପ୍ରଦାନ କରାଯାଇ ସେଗୁଡିକୁ ରିସର୍ଚ୍ଚ ଟିମକୁ ଦିଆଯାଇଥାଏ, ଯାହା ଫୋନ ଏବଂ କ୍ଲାଉଡ ବ୍ୟାକଅପ୍‌ ବିଷୟରେ ସନ୍ଧାନ ଲଗାଇଥାଏ। ଲାସଭେଗାସରେ ହୋଇଥିବା ବାର୍ଷିକ ବ୍ଲାକ ହାଟ ସିକ୍ୟୁରିଟ ସମ୍ମିଳନୀରେ କମ୍ପାନୀ ଏହା ଘୋଷଣା କରିଛି। ଏହା ସହିତ Mac ସଫ୍ଟୱେର ସମେତ ଅନ୍ୟ ସମସ୍ତଙ୍କୁ ସାମିଲ ମଧ୍ୟ କରାଯାଇଛି। ସବୁଠାରୁ ମହତ୍ୱପୂର୍ଣ୍ଣ ସନ୍ଧାନ ପାଇଁ ଅଲଗା ଅଲଗା ପୁରସ୍କାର ମଧ୍ୟ ମିଳିବ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.