Home ଓଡ଼ିଶା ଦୂତୀଙ୍କୁ ମିଳିଲା ଭିସା

ଦୂତୀଙ୍କୁ ମିଳିଲା ଭିସା

711

ଭୁବନେଶ୍ଵର,୧୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦଙ୍କୁ ୟୁରୋପ୍ ଗସ୍ତ ପାଇଁ ଶେଷରେ ଭିସା ମିଳିଛି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଯୋଗ୍ୟତା ହାସଲ ପାଇଁ ସେ ୟୁରୋପ୍ ଗସ୍ତରେ ଯାଇ ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଗୁରୁବାର ଦୂତୀ ଭିସା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହାୟତା ଲୋଡିଥିଲେ। ହେଲେ ଏଥିରେ କିଛି ସମସ୍ୟା ରହିଥିବା ଜାଣିବାକୁ ମିଳିଥିଲା ।

ତେବେ ସମସ୍ୟା ଥିଲେ ମଧ୍ୟ ଶେଷରେ ଏହାର ସମାଧାନ ହୋଇଛି ଓ ୟୁରୋପ୍ ଗସ୍ତ ପାଇଁ ଦୂତୀଙ୍କୁ ରାସ୍ତା ମିଳିଛି । ଭିସା ମିଳିବା ପରେ ଦୂତୀ ଟୁଇଟି କରି ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦୂତୀ ଆସନ୍ତା ୧୩ ତାରିଖରେ ଆୟର୍ଲାଣ୍ଡ ଓ ୧୯ ତାରିଖରେ ଜର୍ମାନୀରେ ଆୟୋଜନ ହେବାକୁ ଥିବା ରେସରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ଏହି ଦୁଇଟି ପ୍ରତିଯୋଗିତାକୁ ଅନୁମୋଦନ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.