Home ଆନ୍ତର୍ଜାତୀୟ ଭାରତ ଠାରୁ ପଙ୍ଗା ନେବା ପାକିସ୍ତାନକୁ ପଡ଼ିଲା ଭାରି

ଭାରତ ଠାରୁ ପଙ୍ଗା ନେବା ପାକିସ୍ତାନକୁ ପଡ଼ିଲା ଭାରି

527

ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ପାକିସ୍ତାନକୁ ମହଙ୍ଗା ପଡ଼ିଲା ଭାରତ ସହ ଶତ୍ରୁତା । ପାକିସ୍ତାନରେ ଏବେ ଟମାଟୋ କିଲୋ ପ୍ରତି ଦର ୩୦୦ ଟଙ୍କା ହୋଇଛି । ଟମାଟୋର ମହଙ୍ଗା ମାଡରେ ପାକରେ ମୁହଁ ଲାଲ୍ ପଡ଼ି ଯାଇଛି ।

ଧାରା ୩୭୦ ଉଚ୍ଛେଦ ପରେ ଭାରତ ସହ କାରବାର ବନ୍ଦ କରିଛି ପଡୋଶୀ ପାକ୍ । ଏହା ଦ୍ୱାରା ଭାରତକୁ ଉଭୟ ଆର୍ଥିକ ଏବଂ ମାନସିକ ସ୍ତରରେ କ୍ଷତି ପହଞ୍ଚିବ । କିନ୍ତୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଏହି ପଦକ୍ଷେପ ଓଲଟା ନିଜ ଉପରେ ପଡିଛି ।

ପ୍ରଥମରୁ ହିଁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପାକ୍ । ଏବେ ଏହି ଦର ବୃଦ୍ଧି ଯେମିତି ପାକିସ୍ତାନ ର ଭାଙ୍ଗିଦେଇଛି ମେରୁଦଣ୍ଡ । ପାକିସ୍ତାନର ସାଧାରଣ ଜନତା ଉପରେ ସିଧାସଳଖ ଏହାର ପ୍ରଭାବ ପଡିଛି । ଭାରତରୁ ଏକ ବଡ଼ ପରିମାଣର ରପ୍ତାନୀ ହେଉଥିବାରୁ ପାକିସ୍ତାନରେ ପରିବାର ଦର ନିୟନ୍ତ୍ରଣ ରହୁଥିଲା । କିନ୍ତୁ ନିଜ ଗୋଡରେ ନିଜେ କୁରାଢୀ ମାରିଛି ପାକ୍ । ଏବେ ଆକାଶ ଛୁଆଁ ହେଲାଣି ପରିବା ଦର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.