Home ଓଡ଼ିଶା ୯ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରେ ବିଜେପୁର ଉପନିର୍ବାଚନ ପରିଚାଳନା ଦାୟିତ୍ୱ

୯ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରେ ବିଜେପୁର ଉପନିର୍ବାଚନ ପରିଚାଳନା ଦାୟିତ୍ୱ

410

ଭୁବନେଶ୍ୱର ୨୫.୦୯ (ଓଡ଼ିଆ ପୁଅ) – ଆସନ୍ତା ବିଜେପୁର ଉପନିର୍ବାଚନକୁ ସୁପରିଚାଳନା କରିବା ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ବ୍ଲକ ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ୯ଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରେ ଦାୟିତ୍ୱ ଅର୍ପଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଗାଇସିଲଟ ବ୍ଲକ ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ଗତ ନିର୍ବାଚନରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ଶ୍ରୀ ସମରେନ୍ଦ୍ର ମିଶ୍ର ଦାୟିତ୍ୱରେ ରହିଥିବା ବେଳେ ବିଜେପୁର ବ୍ଲକ ପାଇଁ ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ, ବିଧାୟକ ଶ୍ରୀ ରମେଶ ଜେନା ଓ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ସେହିଭଳି ବିଜେପୁର ବିଜ୍ଞପିତ ଅଂଚଳ ପରିଷଦ ପାଇଁ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବରପାଲି ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଗତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ଦେବତା ଓ ବରପାଲି ବ୍ଲକ ପାଇଁ ପୂର୍ବତନ ବିଧାୟକ ଶ୍ରୀ ନିହାର ମହାନନ୍ଦ ଏବଂ ଶ୍ରୀ ସରୋଜ ମହାପାତ୍ରଙ୍କୁ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଅର୍ପଣ କରିଛନ୍ତି।

ଉପରୋକ୍ତ ନେତୃବୃନ୍ଦ ନିଜ ଦାୟିତ୍ୱରେ ଥିବା ଅଂଚଳକୁ ଖୁବ୍ଶୀଘ୍ର ଗସ୍ତକରି ସଂପୃକ୍ତ ବ୍ଲକ, ପଂଚାୟତ ଓ ଜୋନର ନେତୃବୃନ୍ଦ ମାନଙ୍କ ସହ ଆଲୋଚନା କରି ନିଷ୍ଠାର ସହ ନିର୍ବାଚନ ପରିଚାଳନାକରି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.