Home ଓଡ଼ିଶା ୯୦ ଦିନରେ ଏକହଜାର ଦିବ୍ୟାଙ୍ଗ ଚିହ୍ନଟ

୯୦ ଦିନରେ ଏକହଜାର ଦିବ୍ୟାଙ୍ଗ ଚିହ୍ନଟ

161

ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସାମୁଦ୍ରିକ ବାତ୍ୟା ଫଣି ପ୍ରଭାବିତ ଅଞ୍ଚଳରେ ସଫଳ ହୋଇଛି ପ୍ରଫୁଲ ଯୋଜନା। ମାତ୍ର ୯୦ ଦିନରେ ଏକହଜାର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ ଚିହ୍ନଟ କରିଛି। ସେଥିରୁ ୩୨୦ ଜଣଙ୍କୁ ହୁଇଲ ଚେୟାର, ୧୭୦ ଜଣଙ୍କୁ ତିନି ଚକିଆ ସାଇକେଲ, ୭୨ ଜଣଙ୍କୁ ଆଶାବାଡ଼ି, ୭୮ ଜଣଙ୍କୁ ଶ୍ରବଣଯନ୍ତ୍ର, ୮୦ଜଣ ଭିନ୍ନକ୍ଷମ ଶିଶୁଙ୍କୁ ରୋଲେକର, ୨୦୦ ମସ୍ତିସ୍କ ପକ୍ଷାଘାତ ଦିବ୍ୟାଙ୍ଗଙ୍କୁ ସ୍ୱତନ୍ତ୍ର ଚେୟାର, ୩୦ଜଣଙ୍କୁ ଏମାଆର କିଟ୍ ସମେତ ୫୦ ଜଣଙ୍କୁ କୃତିମ ଅଙ୍ଗ ଯୋଗାଇ ଦିଆଯାଇଛି। ଜିଲାର ୧୦ଟି ସ୍ଥାନରେ ମେଗା ଚିହ୍ନଟ ଶିବିର ଆୟୋଜନ କରାଯାଇ ଫଣି କ୍ଷତିଗ୍ରସ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ବିଭିନ୍ନ ସହାୟତା ଉପକରଣ ଯୋଗାଇ ଦିଆଯାଇଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ପ୍ରକାଶ କରିଛନ୍ତି। କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ଯଦି ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇନଥାଆନ୍ତି ବ୍ଲକ ଏବଂ ପୌରସଂସ୍ଥା ଗୋଷ୍ଠୀ ସଂଗଠିକାଙ୍କୁ ସାକ୍ଷାତ କରି ଦରଖାସ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦରଖାସ୍ତ ମିଳିବାମାତ୍ରେ ତଦନ୍ତ କରାଯାଇ ପରିଚୟପତ୍ର ଏବଂ ସହାୟତା ଉପକରଣ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୃତି ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.