Home ଓଡ଼ିଶା ଦବିଲା ଭିଆଇପି ରୋଡ଼୍

ଦବିଲା ଭିଆଇପି ରୋଡ଼୍

279

ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରାସ୍ତା ମଝିରେ ଖାଲ। ଦବିଲା ଭିଆଇପି ରୋଡ଼। ଗୁରୁବାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ସଦର ଥାନା ସମ୍ମୁଖରେ। ରାସ୍ତା ହଠାତ ଦବିଯିବା ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେଠାରେ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି। ପ୍ରାୟ ବର୍ଷେତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଭିଆଇପି ରୋଡ଼ ପିଚୁ କରାଯାଇଥିଲା। ନିମ୍ନମାନର କାର୍ଯ୍ୟଯୋଗୁଁ ରାସ୍ତା ଦବି ଯାଇଥିବା କୁହାଯାଉଛି। କିଛିଦିନ ତଳେ ଅଗ୍ନିଶମ କେନ୍ଦ୍ର ସମ୍ମୁଖ ରାସ୍ତା ଦବିବା ଯୋଗୁଁ ଲୋକେ ଦୁର୍ଦଶାର ସମ୍ମୁଖୀନ ହୋଇଥିଲେ। ଝାଡ଼େଶ୍ୱରୀ ଏବଂ ଦରଜିପୋଖରୀ ଛକ ରାସ୍ତା ମଧ୍ୟ ଦବି ଯାଇଥିଲା। ଆଉ କେତେକ ସ୍ଥାନରେ ନିର୍ମାଣ ଜନିତ ତ୍ରୁଟିଯୋଗୁ ଅସରାଏ ବର୍ଷାହେଲେ ପାଣି ଜମାହୋଇ ରହୁଛି। ଭିଆଇପି ରୋଡ଼ ପୁରୀ ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାସ୍ତାଭାବେ ପରିଚିତ। ବାରମ୍ବାର ରାସ୍ତା ଦବିବା ଘଟଣା ନିମ୍ନମାନର ନିର୍ମାଣକାର୍ଯ୍ୟ ପ୍ରମାଣିତ କରୁଛି। ପୂର୍ତ୍ତ ବିଭାଗ ପକ୍ଷରୁ ଯଥାଶୀଘ୍ର ଦବି ଯାଇଥିବା ରାସ୍ତା ମରାମତି କରାଯିବା ସହ ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ଏବଂ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.