Home କେନ୍ଦୁଝର ୭ ଫୁଟ ଗର୍ତ୍ତ ଭିତରୁ ସଜ୍ଞାହୀନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ଯୁବକ ଉଦ୍ଧାର

୭ ଫୁଟ ଗର୍ତ୍ତ ଭିତରୁ ସଜ୍ଞାହୀନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ଯୁବକ ଉଦ୍ଧାର

330

ଯୋଡା, ୨୧/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ବିରିକଳା ପଞ୍ଚାୟତର ଭାଗଲପୁର ଗ୍ରାମ ନିକଟରେ ରକ୍ତ ଜୁଡୁବୁଡୁ ସଜ୍ଞାହୀନ ଅବସ୍ଥାରେ ଜଣେ ଯୁବକ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପଠାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସୋମବାର ଅପରାହ୍ନରେ ଭାଗଲପୁର ଗ୍ରାମ ନିକଟରେ କୌଣସି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ୭ ଫୁଟ ଗଭିର ଏକ ଗର୍ତ ଭିତରକୁ ଫୋପାଡି ଦେଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ଜଣେ ଗ୍ରାମବାସୀମାନେ ଏହା ଦେଖି ତୁରନ୍ତ ବିଲେଇପଦାଫାଣ୍ଡି ଓ ଯୋଡା ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିସମ ବିଭାଗ ଯୁବକଟିକୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଯୁବକର ସଜ୍ଞାହୀନ ଫେରିନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବିଲେଇପଦାସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃ କାରଖାନାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଭାଗବତ ମହାନ୍ତ (୨୮) । ମୃତକଙ୍କ ପିତା ପୂର୍ଣ୍ଣଚନ୍ଦ୍ର ମହାନ୍ତ ଏ ନେଇ ବିଲେଇପଦା ଫାଣ୍ଡିରେ କୌଣସି ଅଭିଯୋଗ କରିନଥିବା ବେଳେ ଫାଣ୍ଡି ଅଧିକାରୀ ସେକ୍ ଆଝାରଉଦ୍ଦିନଙ୍କୁ ପଚାରିବାରୁ ସେ ମୃତକ ପରିବାରଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ବେଳେ ତାଙ୍କ ଅଭିଯୋଗ ଦାଖଲ ପରେ ଘଟଣାଟିର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.