Home ଜିଲ୍ଲା ପରିକ୍ରମା ୭୫୦ ଲିଟର ମଦ, ୫ ବାଇକ ଜବଦ ସମେତ ୨ ଗିରଫ

୭୫୦ ଲିଟର ମଦ, ୫ ବାଇକ ଜବଦ ସମେତ ୨ ଗିରଫ

38

ବାହାନଗା,୨୨ା୧୦(ଭାରତୀ ଦାସ / ଓଡ଼ିଆ ପୁଅ ): ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧିନ ଭୀମପୁର- ରସାଳପୁର ରାସ୍ତାରୁ ଅବକାରୀ ବିଭାଗ ଚଢାଉ କରି ୭୫୦ ଲିଟରରୁ ଉର୍ଦ୍ଧ ମଦ, ୫ବାଇକ ସମେତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅଧିନସ୍ଥ ପୁରୁଣା ବାଲେଶ୍ୱର ଅଞ୍ଚଳର ଶିବନାରାରୟଣ ଓଝାଙ୍କ ପୁଅ ଚକ୍ରଧର(୪୬) ଓ ବାବୁଲି ଦାସଙ୍କ ପୁଅ ଶିବ(୨୫)ା ସୂଚନା ଅନୁସାରେ ପାର୍ବଣକୁ ଆଖି ଆଗରେ ରଖି ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ବିବେକାନ୍ଦ ନାୟକଙ୍କ ନିର୍ଦ୍ଦେଶରେ ସଦର ଇନସ୍‌ପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ସଦର ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା । ଜିଲ୍ଲା ଅବକାରୀ ସ୍କ।।ର୍ଡ଼ ଇନସପେକ୍ଟର ଗାଲୁରାମ ସୋରେନ ଓ ସହଯୋଗୀ ଭୀମପୁର- ରସାଳପୁର ରାସ୍ତାରେ ଚଡାଉ କରି ସଫଳ ହୋଇ ୭୫୦ଲିଟରରୁ ଉର୍ଦ୍ଧ ମଦ, ୫ବାଇକ ଓ ୨ଜଣକୁ ଗିରଫ କରିବାକୁ ସମର୍ଥ ହୋଇ ଥିଲେ । ଏବଂ ୩ଜଣ ବାଇକ ଓ ମଦ ଛାଡ଼ି ପଳାଇ ଯାଇଥିଲେ । ସେଥିରୁ କିଛି ବାଇକର ନମ୍ବର ଥିବା ବେଳେ କିଛି ବାଇକ ବିହୀନ ବୋଲି ଜଣାପଡ଼ିଛି । ଜବଦ ମଦର ମୂଲ୍ୟ ଆନୁମାନିକ ୭୫ହଜାର ହେବ ବୋଲି ଆକଳନ କକରାଯାଇଛି । ଏହି ଚଢାଉରେ ଏଏସଆଇ ବ୍ରଜମୋହନ ମଲ୍ଲିକ, କନେଷ୍ଟବଳ ପ୍ରଭାସ କୁମାର ମହାନ୍ତି, ରାମଚନ୍ଦ୍ର ମହାନ୍ତି, ମୀନତି ପରିଡ଼ା, ରଶ୍ମିରେଖା ପାତ୍ର, ଧିରେନ୍ଦ୍ର ସିଂ, ସନ୍ତୋଷ ବେହେରା, ପ୍ରହଲ୍ଲାଦ ବିଶ୍ୱାଳ, ମୋହନ ମୁର୍ମୁ , ବିଦ୍ୟାଧର ବିନ୍ଧାଣୀ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.