Home କେନ୍ଦୁଝର ୬ ଦଫା ଦାବି ନେଇ ଆୟୁଷ ଡାକ୍ତରଙ୍କ ପ୍ରତିବାଦ ଧର୍ମଘଟ

୬ ଦଫା ଦାବି ନେଇ ଆୟୁଷ ଡାକ୍ତରଙ୍କ ପ୍ରତିବାଦ ଧର୍ମଘଟ

85

ପାଟଣା ୬-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ୬ ଦଫା ଦାବି ନେଇ କାର୍ଯ୍ୟରତ ଆୟୁଷ ଡାକ୍ତର ସାରା ରାଜ୍ୟରେ ଧର୍ମଘଟକୁ ଓହ୍ଲାଇଛନ୍ତି। କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜୀ ଲଗାଇ ଆୟୁଷ ଡାକ୍ତରମାନେ କାର୍ଯ୍ୟ କରୁଛନ୍ତି। କ୍ବାରେଣ୍ଟଇନ୍ ସେଣ୍ଟରଗୁଡ଼ିକ ଭିତରକୁ ଯାଇ ଯାଞ୍ଚ କରିବା ସହିତ ସମସ୍ତଙ୍କ ସେବା କରୁଛନ୍ତି। କିନ୍ତୁ ସରକାର ପୋଲିସ ନର୍ସ, ଅଙ୍ଗନବାଡ଼ି କର୍ମୀ ଆଶା ଦିଦି, ଶିକ୍ଷକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଧ୍ୟା କରନା ଯୋଧ୍ୟା ଭାବେ ଅଭିହିତ କରି ସମସ୍ତ ସୁବିଧା ସୁଯୋଗ ଦେଉଥିବା ବେଳେ ଆୟୁଷ ଡାକ୍ତରମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଥିବାରୁ ଧର୍ମଘଟକୁ ଓହ୍ଲାଇଛନ୍ତି। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଆୟୁଷ ଡାକ୍ତରମାନେ ମଧ୍ୟ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.