Home ଜଗତସିଂହପୁର କରୋନା ଯୋଦ୍ଧାଙ୍କୁ ସମ୍ମାନ

କରୋନା ଯୋଦ୍ଧାଙ୍କୁ ସମ୍ମାନ

110

ତିର୍ତ୍ତୋଲ ୦୬/୦୮ (ଓଡ଼ିଆ ପୁଅ/ଟୁକନ ସେଠୀ)- କରୋନା ଭଳି ମହାମାରୀ ଯୁଦ୍ଧ୍ୟରେ ଦୀର୍ଘ ୫ ମାସ ଧରି ନିର୍ଭିକ ଭାବେ ଦିନ ରାତି କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନଙ୍କୁ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମ୍ମାନ ପ୍ରଦାନ କରାଯାଇଛି। ଏହି କରୋନା ମହାମାରୀରେ ପୋଲିସ, ଡ଼ାକ୍ତର, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଯେଉଁମାନେ ଦିନ ରାତି କାର୍ଯ୍ୟକରି ପରଲୋକ ହୋଇଯାଇଛନ୍ତି ସେମାନଙ୍କ ପାଇଁ ବୁଧବାର ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ଓ ଯେଉଁ ଯୋଦ୍ଧାମାନେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ସହଯୋଗ କରିବାପାଇଁ ଶପଥ ପାଠ ନେବାପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। କୋଭିଡ଼ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ, ପ୍ରତିଟି ଲୋକର ଲଢ଼େଇ, କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ, ମୁଁ ନିଜେ କୋଭିଡ଼ ନିୟମାବଳି ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବି, କରୋନା ବିରୋଧରେ ଲଢ଼େଇକୁ ମଜବୁତ କରିବି, ମୁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବ ଜାତି ବି ଜିତିବ, ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ଼ ଯୋଦ୍ଧା ମାନଙ୍କୁ ପୁରା ସହଯୋଗ ଓ ସମ୍ମାନ ଦେବି। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟ ସନାତନ ଦଳାଇଙ୍କ ନେତୃତ୍ୱରେ ଝରଣା ଦାସ, କାଞ୍ଚନବାଳା ଦଳାଇ, ବନ୍ଦନା ଲେଙ୍କା, ଲତିକା ଦଳାଇ, ରୋଜାଲିନି ସ୍ୱାଇଁ, ସୁଷମା ପଣ୍ଡା, ଡ଼ଲିପ୍ରଭା ଦଳାଇ, ବିଜୟ ମଲ୍ଲିକ, ସୁଷମା ସ୍ୱାଇଁ, ଅଖିଲ ଦାସ, ପ୍ରଶାନ୍ତ ସ୍ୱାଇଁ, ରଂଜନ ସାହୁ, ନିମାଁଇ ପ୍ରସାଦ ଦାସ, ରାଜେନ୍ଦ୍ର ପ୍ରସାଦ ଦାସ, ଅରୁଣ ସାହୁ, ରାଜନ ବେହେର, ପୃଥିରାଜ ପତି, ଖିରୋଦ ପ୍ରସାଦ ଦାସ, ରାଜେଶ ଓଝା, ସୌମେନ୍ଦ୍ର ଦଳାଇ, ହିମାଂଶୁ ଦଳାଇ, ପ୍ରମୋଦ ବେହେରା, ତ୍ରିଲୋଚନ ବେହେରା, ସ୍ୱୟଶୁ ସ୍ୱଭାବ ସ୍ୱାଇଁ, ମଳୟ ପଣ୍ଡା ପ୍ରମୁଖ ଯୋଗଦେଇ ଦିବଂଗତ କରୋନା ଯୋଦ୍ଧାଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାଥନା କରି ସମ୍ମାନ ଜଣାଇବା ସହିତ କରୋନା ଯୋଦ୍ଧାଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିବେ ଓ ନିୟମାବଳିକୁ ମାନିବା ପାଇଁ ଶପଥ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.