Home Coronavirus Outbreak ୬୩୬ରେ ଛୁଇଁଲା ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା

୬୩୬ରେ ଛୁଇଁଲା ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା

93

ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ରାଜ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଉଭୟ ସରକାରଙ୍କ ସମେତ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ଗୋଟିଏ ଦିନରେ ୪୯୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା୧୫ ହଜାର ୩୯୨୮ରେ ପହଞ୍ଚିଛି। ତେବେ ଅଦ୍ୟାବଧି୧୦, ୪୭୬ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୪, ୮୧୩ ଜଣଙ୍କୁ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଥିବା ଜଣାପଡ଼ିଛି। ସେହିଭଳି ବାଲେଶ୍ୱରରେ ମଧ୍ୟ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଗତ କିଛିଦିନ ଧରି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଚାଲିଛି। ଆଜି୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୬ରେ ପହଞ୍ଚିଛି। ଅଦ୍ୟାବଧି ୪୫୧ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୮୩ ଜଣ କରୋନା ସଂକ୍ରମିତ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସିତ େଉଛନ୍ତି। ତେବେ ଗତ କିଛିଦିନ ଧରି ବୃଦ୍ଧି ପାଇଥିବା ସ୍ଥାନୀୟ ସଂକ୍ରମଣ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବାଲେଶ୍ୱର ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଏକାଧିକ ଟିମ୍ କୋଭିଡ୍ ନିୟମ ଉଲ୍ଲଂଘନକାରୀ ଦୋକାନୀ ଓ ପାଥୋଲାବ୍‌ଗୁଡ଼ିକରେ ଚଢ଼ଉ ଚାଲିଛି। କୋଭିଡ୍ ନିୟମ ପାଳନ ପାଇଁ ମାଇକରେ ବି ପ୍ରଚାର କରାଯାଉଛି। ତେବେ ସାମ୍ପ୍ରତିକ ସଙ୍ଗୀନ କରୋନା ସ୍ଥିତିରେ ସମସ୍ତେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.