Home ଓଡ଼ିଶା ଇନୋଭା କାର ସହ ବିପୁଳ ବିସ୍ଫୋରକ ଜବତ, ୧ ଗିରଫ

ଇନୋଭା କାର ସହ ବିପୁଳ ବିସ୍ଫୋରକ ଜବତ, ୧ ଗିରଫ

133

ଯୋଡା, ୧୬/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ଯୋଡା ପୁଲିସ ବିହାର ନମ୍ବର ଥିବା ଏକ ଇନୋଭା କାର (ନଂ. ବିଆର୦୧ପିଇ-୬୯୬୯)ରେ ବିପୁଳ ପରିମାଣରେ ବିସ୍ଫୋରକ ଚାଲାଣ ହେଉଥିବା ବେଳେ ଜବତ କରିବା ସହ ଏଥିରେ ସମ୍ପୃକ୍ତ କୁନାଲ କୁମାର ମିଶ୍ରା ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଛି । ମିଶ୍ରାର ଘର ଚାଇବାଶାସ୍ଥିତ ବଡନିମଡିହରେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ଏହି କାରଟିରେ ଉଚ୍ଚ ଶକ୍ତି ସମ୍ପନ୍ନ ବିସ୍ଫୋରକ ମଧ୍ୟରେ ୧୫ଟି ବିଦ୍ୟୁତ୍ ଚାଳିତ ଡିଟୋନେଟର ଏବଂ ୧୫ଟି ଜିଲେଟିନ୍ (ପ୍ରତ୍ୟେକଟି ୧୨୫ ଗ୍ରାମ) ବାହାରକୁ ପଠାଯାଉଥିବା ବେଳେ ବେଳେ ପୁଲିସ ତାକୁ ସନ୍ଦେହରେ ଅଟକାଇଥିଲା । ଏହି ବିସ୍ଫୋରକ ଦ୍ରବ୍ୟ କୌଣସି ସ୍ଥାନରେ ବଡଧରଣର ଅଘଟଣ ଘଟାଇବା ଉଦ୍ଦେଶ୍ୟରେ ଯାଉଥିବା ବେଳେ ପୁଲିସକୁ ଏହି ସଫଳତା ମିଳିପାରିଥିଲା । ପ୍ରାଥମିକ ତଦନ୍ତରୁ ଏହି କାରଟି ମଧ୍ୟ କୌଣସି ସ୍ଥାନରୁ ଚୋରି କରାଯାଇଥିବା ସୂଚନା ମିଳିଛି । କୁନାଲ ମିଶ୍ରା ଚାଇଁବାଶାରେ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଥିବା ବେଳେ ଦୀର୍ଘ ଦିନରୁ ତାକୁ ଚାଇବାଶା ପୁଲିସ ଖୋଜୁଥିବା ଜଣାପଡିଛି । ଯୋଡାସ୍ଥିତ ଭୂୟାଁବସ୍ତିରେ ଏବଂ ତାଙ୍କ ନିଜ ଗାଁ ଚାଇବାଶାସ୍ଥିତ ମୁଫାସିଲରେ ୨ଟି ପତ୍ନୀ ରହିଛନ୍ତି । କୁନାଲଙ୍କୁ ପୁଲିସ କରି ଗୁରୁବାର କୋର୍ଟ ଚାଲାଣ କରିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.