Home ଜିଲ୍ଲା ପରିକ୍ରମା ସାମାଜିକ ଅନୁଷ୍ଠାନ ‘ସଂକଳ୍ପ’ପକ୍ଷରୁ ରକ୍ତଦାନ ଶିବିର

ସାମାଜିକ ଅନୁଷ୍ଠାନ ‘ସଂକଳ୍ପ’ପକ୍ଷରୁ ରକ୍ତଦାନ ଶିବିର

61

ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସାମାଜିକ ଅନୁଷ୍ଠାନ ସଂକଳ୍ପ ଓ ଜୀବନ ବିନ୍ଦୁ ଅଭିଯାନର ମିଳିତ ସଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରକ୍ତଭଣ୍ଡାରରେ ଆୟୋଜିତ ଏହି ଶିବିରକୁ ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କରୋନା ଭଳି ସ୍ଥିତିରେ ଜନସାଧାରଣ ସାମାଜିକ ଦୂରତା ଅବଲମ୍ବନ କରୁଥିବା ବେଳେ ସତର୍କତାର ସହ ଏହି ଶିବିର ଆୟୋଜନ ବେଶ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ। ଆଗାମୀ ଦିନରେ ଏହି ଧାରା ବଜାୟ ରଖିବାକୁ ଶ୍ରୀ ସାହୁ ଉଭୟ ସଂଗଠନର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଜୀବନ ବିନ୍ଦୁ ଅଭିଯାନର ଜିଲ୍ଲା ସଂଯୋଜକ ଆଶିଷ ଘୋଷ, ନଗର ସଂଯୋଜକ ସଲିମ ରାଜାଙ୍କ ସମେତ ସଂକଳ୍ପର କର୍ମକର୍ତ୍ତା ତାପସ ନାୟକ, ସମ୍ଭବ ଅଗସ୍ତି, ନରୋତ୍ତମ ରାଉତ, ସନ୍ଦୀପ ପାଣିଗ୍ରାହୀ ପ୍ରମୁ୍‌ଖ ଏଥରେ ଉପସ୍ଥିତ ରହି ଶିବିର ପରିଚାଳନା କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.