Home ଓଡ଼ିଶା ପାବୁରିଆ ବଜାରରେ ହତ୍ୟାକାଣ୍ଡ

ପାବୁରିଆ ବଜାରରେ ହତ୍ୟାକାଣ୍ଡ

129

ବାଲିଗୁଡା, ୯/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଦିନ ଜଣେ ଯୁବକଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରାଯାଇଛି। ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଚିଦାନନ୍ଦ ନାୟକ (୪୨)ଙ୍କୁ ହତ୍ୟା କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସାରଙ୍ଗଡ଼ ପୁଲିସ ପାଖରେ କେବଳ ଖବର ମିଳିଛି ବୋଲି ସୂଚନା ଦେଇଥିବା ବେଳେ ଜି ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ଆରମ୍ଭ କରିଥିବା ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.