Home ଜିଲ୍ଲା ପରିକ୍ରମା ୫୭ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ

୫୭ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ

212

ଯାଜପୁର୭ା୧୨(ଓଡିଆ ପୁଅ)ପାଣିକୋଇଲି ସ୍ଥିତ ଯାଜପୁର ଜିଲା ରିଜର୍ଭ ପୁଲିସ ପଡିଆରେ ଗୃହରକ୍ଷୀ ଓ ବେସାମରିକ ବାହିନୀର ୫୭ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମୀନା ଗୃହରକ୍ଷୀ ବାହିନୀଙ୍କ ଠାରୁ ପ୍ୟାରେଡ ଅଭିବାଦନ ଗ୍ରହଣ କରି ଓଡିଶାର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ । ୧୯୬୨ମସିହାରୁ ସ୍ୱେଚ୍ଛାସେବୀରୁ ହୋମଗାର୍ଡ ନାମରେ ନାମିତ ହେବାପରେ ଯାଜପୁର ଜିଲ୍ଲାରେ ହୋମଗାର୍ଡ ମାନଙ୍କର ଶାନ୍ତି ଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଆଦି ପ୍ରତ୍ୟେକ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ହୋମଗାର୍ଡମାନେ ନିଜ ଜୀବନକୁ ବାଜି ଲଗାଇ ପୁଲିସ ସହିତ ତାଳ ଦେଇ ସମସ୍ତ କାର୍ଯ୍ୟରେ ଯୋଗଦେଇ ବିଶେଷ କରି ଆଇନ ଶୃଙ୍ଖଳା ଦିଗରେ ନିଜର ପରାକାଷ୍ଟା ପ୍ରତିପାଦନ କରିପାରିଛନ୍ତିି ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ କଳିଙ୍ଗନଗର ଅତିରିକ୍ତ ଏସପି ରାଜ କିଶୋର ଦୋରା, ରିର୍ଜ୍ଜଭ ଇନ୍ସପେକ୍ଟର କାହ୍ନୁ ଚରଣ ମାରାଣ୍ଡି, ଡିଏସପି ବିଜୟ କୁମାର ମଲ୍ଲିକ, ପ୍ରଫୁଲ୍ଲ କୁମାର ମିଶ୍ର, ଏସଡିପିଓ ରିବନ୍ଦ୍ର ଜେନା, ଇନ୍ସପେକ୍ଟର ଅଜୟ କୁମାର ଜେନା, ଅସିତ କୁମାର ମହାନ୍ତିଙ୍କ ସମେତ ଜିଲାର ବିଭିନ୍ନ ଥାନାଅଧିକାରୀ ଯୋଗ ଦେଇଥିଲେ । ହୋମଗାର୍ଡ ବାହିନୀର ପ୍ୟାରେଡ କମାଣ୍ଡର ଉମାକାନ୍ତ ରାଉତ, ସହ କମାଣ୍ଡର ନୃସିଂହ ସ୍ୱାଇଁ, କମ୍ପାନୀ କମାଣ୍ଡର ଗୋବିନ୍ଦ ଚନ୍ଦ୍ର ମଲିକ, ପ୍ଲାଟୁନ କମାଣ୍ଡାଂଟ ରଂଜନ କୁମାର ମଲିକ, ପ୍ରକାଶ ଦାସ, ବ୍ରଜ କିଶୋର ସ୍ୱାଇଁ, କ୍ଷେତ୍ରବାସୀ ମାଝୀ, ସୁନାକର ସାହୁ ପ୍ରମୁଖ ପ୍ୟାରେଡ ପରିଚାଳନା କରିଥିଲେ । ଏହି ପ୍ୟାରେଡରେ ପାଣିକୋଇଲି ରଜିର୍ଭ ପୁଲିସ ବାହିନୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.