Home ଓଡ଼ିଶା କ’ଣ ସପ୍ତାହ ପୂର୍ବର ଏହି ଟ୍ଵିଟ ପୋଲିସକୁ ହାଇଦ୍ରାବାଦ ଏନକାଉଁଣ୍ଟର ପାଇଁ ଦେଇଥିଲା ପୂରା ପ୍ଲାନ...

କ’ଣ ସପ୍ତାହ ପୂର୍ବର ଏହି ଟ୍ଵିଟ ପୋଲିସକୁ ହାଇଦ୍ରାବାଦ ଏନକାଉଁଣ୍ଟର ପାଇଁ ଦେଇଥିଲା ପୂରା ପ୍ଲାନ ?

1159

ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) : ଜଣେ ବ୍ୟକ୍ତି ପ୍ରାୟ ସପ୍ତାହେ ପୂର୍ବରୁ ଟ୍ଵିଟରରେ କ’ଣ ପୋଲିସ୍ ଦେଇଥିଲା ଏନକାଉଣ୍ଟର ପୂରା ପ୍ଲାନ ? ତେବେ ଗୋଟିଏ ଟ୍ୱିଟ୍ ଏହି ପରି କଥା କହୁଛି। ଏହି ଟ୍ଵିଟ @konafanclub ନାମକ ଟ୍ୱିଟର ହ୍ୟାଣ୍ଡେଲରେ ୧ ଡିସେମ୍ବର ସକାଳ ୫ଟା ପାଖାପାଖି କରାଯାଇଥିଲା। ଟ୍ଵିଟ ଦେଖିବା ପରେ ଲୋକ କହୁଛନ୍ତି କି ପୋଲିସ୍ ଏନକାଉଣ୍ଟରର କାର୍ଯ୍ୟପ୍ରଣାଳୀ ସହ ସମ୍ପୂର୍ଣ୍ଣ ଭାବରେ ଏହା ମେଳ ଖାଉଛି।

ସୂଚନାଯୋଗ୍ୟଯେ, ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କର ଗ୍ୟାଙ୍ଗରେପ ଏବଂ ହତ୍ୟା ପରେ ହୋଇଥିବା ଏନକାଉଣ୍ଟରର ପ୍ରଶଂସା ସହିତ ଆଲୋଚନା ମଧ୍ୟ ହେଉଛି। ଅପର ପକ୍ଷରେ ସୋସିଆଲ ମିଡ଼ିଆରେ ଏକ ଟ୍ଵିଟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଏକ ଟ୍ଵିଟ ଯେଉଁଠାରେ ପୋଲିସ୍ କୁ ଜଣେ ବ୍ୟକ୍ତି ରେପ ଏବଂ ମର୍ଡରର ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିବା ପାଇଁ ସମ୍ପୂର୍ଣ୍ଣ ପ୍ଲାନ କହୁଛି।

https://twitter.com/yaseirrr/status/1202796908453871616

 

ଏହି ଟ୍ଵିଟ @konafanclub ନାମକ ହ୍ୟାଣ୍ଡେଲରେ ୧ ଡିସେମ୍ବର ସକାଳ ୫ ଟା ପାଖପାଖି କରାଯାଇଥିଲା। ଏହି ଟ୍ଵିଟର ହ୍ୟାଣ୍ଡେଲ ଅବଶ୍ୟ ଭେରିଫାଏଡ୍ ନଥିଲା। ଏହି ଆକାଉଣ୍ଟ ଏବେ ଡିଲିଟ ମଧ୍ୟ କରି ଦିଆଯାଇଛି।.

ସୋସିଆଲ ମିଡ଼ିଆରେ ଲୋକ କହୁଛନ୍ତି କି ହୁଏତ ହାଇଦ୍ରାବାଦର ପୋଲିସ୍ ଏହି ଟ୍ଵିଟକୁ ଗମ୍ଭୀରତାରସହ ନେଇଛି। ଅରିଜିନାଲ ଟ୍ଵିଟର ସ୍କ୍ରିନ ଶଟକୁ ଶେୟାର କରିଛନ୍ତି କିଛି ଲୋକ।

ଏହି ଟ୍ଵିଟରେ ଲେଖା ଯାଇଥିଲା, ‘ସାର୍ ଯଦି ଆପଣ ସେମନଙ୍କୁ ଦଣ୍ଡ ଦେବାକୁ ଚାହଁୁଛନ୍ତି ତେବେ ଏହି ସମସ୍ତଙ୍କୁ ଘଟଣାସ୍ଥଳକୁ ନେଇକରି ଯାଆନ୍ତୁ, ଯେଉଁଠାରେ ମହିଳା ଡକ୍ଟରଙ୍କୁ ଜଳାଯାଇଥି୍ଲା। ସେଠାରେ କ୍ରାଇମ ସୀନ ରିକ୍ରିଏଟ କରନ୍ତୁ। ମୋର ଆଶଙ୍କା ଯେ, ଅଭିଯୁକ୍ତମାନେ ସେଠାରୁ ଖସି ପଳେଇବାକୁ ଚେଷ୍ଟା କରିବେ। କେବଳ ସେତିକି ନୁହେଁ, ତା’ର ପୋଲିସ୍ ତାଙ୍କ ଉପରେ ଗୁଳି ଚଳାଇବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିବ। ଦୟାକରି ଏହି ବିଷୟରେ ଥରେ ଭାବନ୍ତୁ।’

ସେହିପରି ହେଲା ଏନକାଉଣ୍ଟର
ରିମାଣ୍ଡ ସମୟରେ ପୋଲିସ୍ ଚାରିଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଲା। ପୋଲିସ୍ ସମ୍ପୂର୍ଣ୍ଣ ଘଟଣାକୁ ଅଭିଯୁକ୍ତମାନଙ୍କର ନଜରରେ ବୁଝିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଏହି ଚାରିଜଣ ପୋଲିସ୍ କବଳରୁ ଖସି ପଳେଇବାକୁ ଚେଷ୍ଟା କରୁଥିଲେ। ପୋଲିସ୍ ସାମନାରେ ଗୁଳି ଚଲାଇବା ବ୍ୟତୀତ ଅନ୍ୟ କୌଣସି ଚାରା ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.