Home ଓଡ଼ିଶା ରାଜ୍ୟରେ ହୁ ହୁ ବୃଦ୍ଧିପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା...

ରାଜ୍ୟରେ ହୁ ହୁ ବୃଦ୍ଧିପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଯାଉଥିଲାବେଳେ ଛାତ୍ର କଂଗ୍ରେସ ନେତାମାନଙ୍କୁ ଗିରଫ କଲା ପୋଲିସ୍‌

453

ଭୁବନେଶ୍ୱର ୭୧୨ (ଓଡ଼ିଆ ପୁଅ) – ଉପରୋକ୍ତ ପ୍ରସଙ୍ଗକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ କଂଗ୍ରେସ ଭବନ ଠାରୁ ମହାତ୍ମା ଗାନ୍ଧୀ ମାର୍ଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନାରୀ, ଛାତ୍ରୀ ଓ ନାବାଳିକା ମାନଙ୍କୁ ଅତି ସୁନ୍ଦର ସୁବ୍ୟବସ୍ଥିତ ସୁରକ୍ଷା ଓ ନିରାପତା ଯୋଗାଇ ଦେଇଥିବାରୁ ରାଜ୍ୟରେ ହୁ ହୁ ହୋଇ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବୃଦ୍ଧି ପାଉଥିବାକୁ ନେଇ ଦିବା ଘ. ୧୧.୩୦ ମି. ସମୟରେ ଲୋକସେବା ଭବନ ଆଡ଼କୁ ଛାତ୍ର ନେତାମାନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଭେଟି ତାତ୍ସଲ୍ୟଭରା ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଯିବାବେଳେ ପୋଲିସ୍ ଛାତ୍ରନେତା ମାନଙ୍କୁ ଲୋୟର ପିଏମ୍‌ଜିସ୍ଥ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଗିରଫ କରାଯାଇଥିଲା। ଉପରୋକ୍ତ ମହିଳା ପ୍ରସଙ୍ଗକୁ ନେଇ ରାଜ୍ୟରେ କ୍ଷୋଭ ଓ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ଦୁଃଭାଗ୍ୟଜନକ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରିତମ ଦାସ ଦୃଢ଼ ଆରୋପ ଓ ପ୍ରତିବାଦ କରିଛନ୍ତି। ବେଳ ଥାଉ ଥାଉ ମୁଖ୍ୟମନ୍ତ୍ରୀ ସଚେତନ, ସଜାଗ ଓ ସମ୍ବେଦିନଶୀଳ ହେବାପାଇଁ ଛାତ୍ରନେତାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କରିଛନ୍ତି। ସୂର୍ଯ୍ୟକାନ୍ତ ବାରିକ, ବିଶ୍ୱଜିତ୍ ଲେଙ୍କା, ସମ୍ଭବ ପଟ୍ଟନାୟକ ଓ ସଦାବ ଅହମ୍ମଦ ପ୍ରମୁଖ ଛାତ୍ର ନେତାମାନଙ୍କୁ ପୋଲିସ୍ ଗିରଫ କରି ପରେ ଛାଡ଼ିଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.