Home Top News ୫୬ ଆସନ ବିଜେଡ଼ି ପାଇଁ ବାଜିମାତ କଷ୍ଟକର !

୫୬ ଆସନ ବିଜେଡ଼ି ପାଇଁ ବାଜିମାତ କଷ୍ଟକର !

136

କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ଶାସକ ବିଜେଡ଼ିର ସ୍ଥିତି ଅତ୍ୟନ୍ତ ଦମନୀୟ। ତେଣୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଛଡା କଳାହାଣ୍ଡି ନର୍ଲା ବିଧାନସଭା ଆସନରୁ ଲଢ଼ିବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ସୂତ୍ର କହୁଛି। ଏକଥା ସତ୍ୟ ନବୀନ ପଟ୍ଟନାୟକ ଭାରତ ବର୍ଷର ଜଣେ ଲୋକପ୍ରିୟ ନେତା। ସମୟ ଥିଲା ନବୀନ ଯାହାକୁ ଭି ଟିକଟ ଦେଉଥିଲେ ସିଏ ଅନାୟାସରେ ଜିତିକରି ଆସୁଥିଲା। ଏବେ ପାଣିପାଗ ସମ୍ପୂର୍ଣ୍ଣ ଅଲଗା। ଲୋକଙ୍କ ପାଖକୁ ସରକାର ଯାଉଥିବାର ପରମ୍ପରା ଏବେ ଚାଲିଛି। ଜଣେ ସରକାରୀ ବାବୁ ମୁଖ୍ୟମନ୍ତ୍ରୀଙ୍କ କା’ ଭାବରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ଅନ୍‌ ଦି ସ୍ପଟ୍ ଜିଲ୍ଲାର ସମସ୍ୟା ସମାଧାନ କରୁଛନ୍ତି। ଅସହାୟ ଲୋକ ପ୍ରତିନିଧି ଲୋକ ଯୋଗାଡ଼ କରୁଛନ୍ତି। ଜନସାଧାରଣ ମଧ୍ୟ ଆସୁଛନ୍ତି। ସମସ୍ୟା ସମାଧାନ ଆଶାରେ। ମାତ୍ର ୨୦୨୪ରେ ଏହା ପ୍ରତିଫଳନ ହେବନାହିଁ ବୋଲି କିଛି ବେସରକାରୀ ଓ ସରକାରୀ ଗୁଇନ୍ଦା ବିଜେଡ଼ି ସରକାରକୁ ଚେତାବନୀ ଦେଇସାରିଲାଣି ବୋଲି ଖବର ହସ୍ତଗତ ହୋଇଛି। ସମୟ ଥିଲା ନବୀନଙ୍କ ନାଁ ରେ ଭୋଟ ଥିଲା। ଏବେ ଲୋକଙ୍କ ମନରେ ପ୍ରଶ୍ନ ୨୦୨୪ରେ ଭୋଟ କାହାକୁ ଦେବୁ। ଗଣତାନ୍ତ୍ରିକ ଶାସନଙ୍କୁ ନା ପ୍ରଶାସନିକ ଶାସନଙ୍କୁ। ସାରା ଓଡ଼ିଶାରେ ଗଣତନ୍ତ୍ର ଶାସନ ଏବେ ଠପ। ପ୍ରଶାସନିକ ଶାସନର ଦବଦବା ଚାଲିଛି। ଲୋକଙ୍କ ମତ ଯଦି ୨୦୨୪ରେ ବିଜେଡ଼ି ସରକାରକୁ ଭୋଟ ଦବୁ ଆଗାମୀ ୫ବର୍ଷ ଆମ ଦୁଃଖ ଶୁଣିବ କିଏ ? ପ୍ରଶାସନିକ ଅଧିକାରୀଙ୍କ ଚାମ୍ବର ଭିତରେ ଆମେ ପସିପାରିବୁ ନାହିଁ। ଦୁଃଖ ସୁଖରେ ଯାହାକୁ ଆମେ ଭୋଟ ଦେବୁ ସେମାନେ ଆମେ ସହିତ ରହିବା କଥା। ମାତ୍ର ସେମାନେ ଏବେ ଅସହାୟ। ନବୀନଙ୍କ ବଂଶବାଦ ଉତ୍ତରାଧିକା ବିନା ବିଜେଡ଼ିର ଭବିଷ୍ୟତ ମଧ୍ୟ ଅନ୍ଧକାର ବୋଲି ଜନସାଧାରଣ ଉପଲବ୍ଧ କରୁଛନ୍ତି। ଆଞ୍ଚଳିକ ଦଳରେ ପାଳିତ ପୁତ୍ର, ବୋହୂ, ଝିଅର କୌଣସି ବାସ୍ତବତା ନ ଥାଏ। ଭାରତ ବର୍ଷର ରାଜନୀତିରେ ବହୁତ ଉଦାହରଣ ଅଛି। ଗଣତନ୍ତ୍ର ରାଷ୍ଟ୍ରରେ ଗଣତନ୍ତ୍ରର ଚାହିଦା ରହିଛି ଓ ରହିବ ମଧ୍ୟ।

ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଶାସକ ବିଜେଡ଼ି ୨୦୨୪ ନିର୍ବାଚନ ରଣାଙ୍ଗନ ପର କରିବା ବହୁତ ମୁସ୍କିଲ। ସମ୍ବଲପୁର ଜିଲ୍ଲାରୁ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଜିତିବା କାଠିକର। ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ଅବସ୍ଥା ସମାନ। ମୟୁରଭଞ୍ଜ ଜିଲ୍ଲାରେ ବିଜେଡ଼ି ସ୍ଥିତି ଆହୁରି ସଂଗୀନ ବୋଲି ରିପୋର୍ଟ କହୁଛି। ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ତିନି ଥରରୁ ଅଧିକା ଥର ବିଧାୟକ ହୋଇଥିବା ବିଧାୟକଙ୍କ ସ୍ଥିତି ବେହାଲ! ଅନୁରୂପ ଅବସ୍ଥା ଉପକୂଳ ଅଂଚଳରେ। ଅଭିଭକ୍ତ କଟକ, ପୁରୀ ଯେଉଁ ବିଧାୟକ ୩ କିମ୍ବା ୪ଥର ଲଗାତାର ଜିତିସାରିଲେଣି ସେମାନେ ଜଟିଳ ସମସ୍ୟାର ସମ୍ମୁଖୀନ ହେବେ ୨୦୨୪ରେ ବୋଲି ବିଜେଡ଼ି ପାୱାର କରିଡରରେ ଚର୍ଚ୍ଚା।

ତେଣୁ ୨୫ ବର୍ଷ ଶାସନ ଭିତରେ ବିଜେଡ଼ି ୨୦୨୪ ନିର୍ବାଚନ ପାର ହେବା କଠିକର ପାଠ ଏହା ନିଃସନ୍ଦେହ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.