Home ଅପରାଧ ୫ଲକ୍ଷ ଟଙ୍କାର ଭାଙ୍ଗ ଜବତ ଦୁଇ ଗିରଫ

୫ଲକ୍ଷ ଟଙ୍କାର ଭାଙ୍ଗ ଜବତ ଦୁଇ ଗିରଫ

110

ଗଜପତି/ମୋହନା, ୩୧/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ନିକଟ ଜଙ୍ଗଲରେ ମୋହନା ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ମେକ୍ସପିକ୍ପ ଗାଡ଼ି ରୁ ୩୮ବସ୍ତା ଭାଙ୍ଗ ଜବତ କରାଯିବା ସହ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏସ୍-ଡି-ପି-ଓ ଅଶୋକ କୁମାର ମହାନ୍ତି ଙ୍କ ସୂଚନା ମୁତାବକ ବେଆଇନ ଭାବେ ଭାଙ୍ଗ ଚୋରା ଚାଲାଣ ଅଭିଯୋଗରେ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ପ୍ରମୋଦ କୁମାର ଜେନା ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳ ର ପୂର୍ଣ୍ଣଚନ୍ଦ୍ର ବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ କରାଯାଇଥିବା ୩୮ବସ୍ତାରୁ ୧୨୩୫କିଲୋଗ୍ରାମ ଭାଙ୍ଗ ର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏ ନେଇ ମୋହନା ଥାନା ରେ ୧୧୯/୨୦ ରେ ମାମଲା ରୁଜୁ କରାଯାଇଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.