Home କେନ୍ଦ୍ରାପଡ଼ା ୫ନମ୍ବର (କ) ଜାତୀୟ ରାଜପଥର ଦୁହୁରିଆ ନିକଟ ବାମପାର୍ଶ୍ୱ ସଂଯୋଗୀକରଣ ରାସ୍ତା ମରଣଜନ୍ତା ପାଲଟିଛି

୫ନମ୍ବର (କ) ଜାତୀୟ ରାଜପଥର ଦୁହୁରିଆ ନିକଟ ବାମପାର୍ଶ୍ୱ ସଂଯୋଗୀକରଣ ରାସ୍ତା ମରଣଜନ୍ତା ପାଲଟିଛି

140

କେନ୍ଦ୍ରାପଡା ୧୬/୬( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ୫ନମ୍ବର (କ) ଜାତୀୟ ରାଜପଥର ବାମପାର୍ଶ୍ୱ ଦୁହୁରିଆ ନିକଟ ସଂଯୋଗୀକରଣ ରାସ୍ତାଟି ମରଣଜନ୍ତ୍ରା ପାଲଟିଥିବା ଦେଖାଯାଇଛି। ସେହି ରାସ୍ତାଦେଇ ପାରାଦୀପ ପଟରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଗାଡି ଗୁଡିକ ତଳକୁ ଗଡି କଟକ ଆଡକୁ ଯାଇଥାଏ। ସେହିଭଳି ବାଲିଆ ଓ ଜମଧର ପଟୁ ଆସୁଥିବା ଗାଡି ଓ ଲୋକମାନେ ଏହି ରାସ୍ତାରେ ଜାତୀୟ ରାଜପଥ ଉପରକୁ ଉଠି ଗୋପ, ଛଗରିଆ, ମାର୍ଶାଘାଇ ଓ ପାରାଦୀପ ଆଡକୁ ଯାଇଥାନ୍ତି। ଦୈନିକ ହଜାର ହଜାର ଗାଡି ଓ ଲୋକମାନେ ଏହି ରାସ୍ତାରେ ଯାତାୟତ କରୁଥିବା ବେଳେ ଏହି ରାସ୍ତାଟି ଏବେ ଖାଲଖମାରେ ପରିଣତ ହୋଇ ଦୈନିକ ଦୂର୍ଘଟଣାମାନ ଘଟୁଥିବା ଦେଖାଯାଇଛି। ସାଧାରଣ ଲୋକମାନେ ଏହି ରାସ୍ତାରେ ଯିବା ଆସିବା ସମୟରେ ଅନେକ ସମୟରେ ଦୂର୍ଘଟଣାର ସମ୍ମୁଖିନ ହୋଇ ଧନଜୀବନ କ୍ଷୟକ୍ଷତି ହେଉଥିବା ବେଳେ ସଂପୃକ୍ତ ବିଭାଗ ଏଥିପ୍ରତି ଆଖିବୁଜିଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ କତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ନାରାୟଣ ନାୟକ ଓ ନୀଳମଣି ସିଂ ପ୍ରମୁଖ ବାରମ୍ବାର ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.