Home ଓଡ଼ିଶା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

118

ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅତିରିକ୍ତ ଡି.ଜି ରେଳବାଇ, ପୋଲିସ କମିଶନର ଭୁବନେଶ୍ୱର-କଟକ, ଅତିରିକ୍ତ ଡି.ଜି ଗୁଇନ୍ଦା, ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି, ଡି.ସି.ପି ଭୁବନେଶ୍ୱର/କଟକ, ଏସ୍.ଆର୍.ପି କଟକ/ରାଉରକେଲା ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକର ସମୀକ୍ଷା କରିଥିଲେ।

ପ୍ରମୁଖ ବିଷୟ

(୧) ଅତିରିକ୍ତ ମାନବ ସମ୍ବଳ ପ୍ରଦାନ କରି ରାଜ୍ୟର ସମସ୍ତ ଥାନାକୁ ସଶକ୍ତ କରାଯିବ।

ଉପରୋକ୍ତ ପ୍ରମୁଖ ପ୍ରସଙ୍ଗ ସହ ନିମ୍ନଲିଖିତ ପ୍ରସଙ୍ଗ ଉପରେ ମଧ୍ୟ ବିସ୍ତାରିତ ଆଲୋଚନା କରାଯାଇଥିଲା।

(୨) କାର୍ଯ୍ୟାଳୟରେ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଯଥା କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ଅବଲମ୍ବନ, ଗିରଫ, ଅନୁସନ୍ଧାନ ଓ ତଦନ୍ତ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା।

(୩) କୋଭିଡ – ୧୯ ସଂବନ୍ଧୀୟ ନିୟମକୁ କଡାକଡି ପ୍ରବର୍ତ୍ତନ କରିବା, ସଚେତନତା ସୃଷ୍ଟି କରିବା ଓ ଜନହିତୈଷୀ କାର୍ଯ୍ୟ କରିବାକୁ ପୋଲିସକୁ ପରାମର୍ଶ।

(୪) ପୋଲିସ କର୍ମଚାରୀଙ୍କ ବିଭିନ୍ନ ପ୍ରସଙ୍ଗ।

(୫) ନିର୍ଭୟା ପାଣ୍ଠି ରୁ ଥାନା ଗୁଡିକ ପାଇଁ ବିଭିନ୍ନ ସରଞାମ କ୍ରୟ।

(୬) ସି.ସି.ଟି.ଏନ୍.ଏସ୍ ପ୍ରସଙ୍ଗ। (CCTNS)

(୭) ବ୍ୟକ୍ତିଗତ ସୁରକ୍ଷ୍ୟା ସରଞ୍ଜାମ (PPE)ଏବଂ ଅନ୍ୟାନ୍ୟ ଉପକରଣ, ସାନିଟାଇଜର ଆଦିର ଯୋଗାଣ।

ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଡି.ଜି ଗୁଇନ୍ଦା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡ୍ କ୍ୱାଟର୍ସ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଶୃଙ୍ଖଳା), ଆ.ଜି (ରାଜ୍ୟ ଅପରାଧ ନଥି ସସ୍ଥା), ଆଇ.ଜି (ଆଧୁନିକିକରଣ), ଆଇ.ଜି (ପ୍ରୋଭିଜନିଙ୍ଗ) ଓ ଆଇ.ଜି (ପର୍ସୋନେଲ) ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.