Home ଜିଲ୍ଲା ପରିକ୍ରମା ୪୯ ବର୍ଷରେ ପଦାର୍ପଣ କରିଛି ବାଂଶଡା ପଂଚାୟତ ମେଳଣ

୪୯ ବର୍ଷରେ ପଦାର୍ପଣ କରିଛି ବାଂଶଡା ପଂଚାୟତ ମେଳଣ

6

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୭୫ ମସିହାରେ ଏହି ଜିଲାର ଧାମରା ନିକଟସ୍ଥ ବାଂଶଡା ପଂଚାୟତରେ ଆରମ୍ଭ ହୋଇଥିବା ଏହି ମେଳଣ ଉତ୍ସବ ଆଂଚଳିକ ଅଧିବାସୀଙ୍କର ସାହାର୍ଯ୍ୟ ଓ ସହଯୋଗରେ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ପ୍ରତିବର୍ଷ ଦୋଳ ପୂର୍ଣମୀର ପୂର୍ବଦିନ ଏହି ମେଳଣ ଅନୁଷ୍ଠିତ ହେଉଥିବାରୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ଧାମରା,ବାଂଶଡା, ନୂଆଗାଁ ,ହଟପୁର, ବିଜିପୁର ସହିତ ଅନ୍ୟ ସ୍ଥାନ ମାନଙ୍କରୁ ଠାକୁର ବାଡିଆ ସେମାନଙ୍କର ଠାକୁର ସହିତ ବିମାନକୁ ରଙ୍ଗ ବେରଙ୍ଗରେ ସଜ୍ଜିତ କରି ଦେବସଭାକୁ ଆସିଥାଆନ୍ତି । ଦେବସଭାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ଠାକୁର ବାଡିଆ ଓ ଦେବାଦେବୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ । ଏହି ମେଳଣ ଉତ୍ସବ ଚର୍ତୁଦଶୀ ତିଥିରେ ବାଂଶଡା ପଂଚାୟତ ଉତ୍ସବମୁଖର ହୋଇପଡେ । ହଜାର ହଜାର ଲୋକ ଏହି ଉତ୍ସବ ଦେଖିବା ପାଇଁ ବିମାନ ସହିତ ମେଳଣ ପଡିଆ ମଧ୍ୟକୁ ପ୍ରବେଶ କରନ୍ତି । ଅଭିର ଓ ରଙ୍ଗରେ ଏହି ଦିନ ମେଳଣ ପଡିଆ ତାର ନୂଆ ପରିଚୟ ସୃଷ୍ଟି କରେ । କମିଟ୍ ର କର୍ମକର୍ତ୍ତା ତଥା ବାଂଶଡା ମେଳଣ କମିଟିର ସଦସ୍ୟ ଦେବ ଉ ଉତ୍ସବର ସମସ୍ତ ଦାଇତ୍ୱ ତୁଲାଇଥାଆନ୍ତି । ଆଜିର ଦେବ ସଭାର ମେଳଣ କମିଟ୍ ର ପରାମର୍ଶଦାତା ତଥା ସଭାପତି ବୀରବର ପାତ୍ର , ପ୍ରଫୁଲ ନାୟକ ,ଦୀପକ ଦାସ, ଶୈଳେନ୍ଦ୍ର ପାତ୍ର, ନଟବର ରାଉତ, ଅମୁଲ୍ୟ ସ୍ୱାଇଁ, ନିତ୍ୟାନନ୍ଦ ବାରିକ, ରାଜେଶ ରାଉତ, ବିରେନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀଧର ସାହୁ, ସୁବାଶୀଷ ରାଉତ, ଶଶାଙ୍କ ପାଗଳ, ଧନେଶ୍ୱର ଦାସଙ୍କ ସହିତ ଅନ୍ୟ ଠାକୁରବାଡିଆ ଓ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି ମେଳଣର ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.