Home ଜିଲ୍ଲା ପରିକ୍ରମା ରାସ୍ତା ସମସ୍ୟା ଦୂର ନହେଲେ ଭୋଟ ବର୍ଜନ କରିବେ ବୋଧପଡା ଗ୍ରାମବାସୀ

ରାସ୍ତା ସମସ୍ୟା ଦୂର ନହେଲେ ଭୋଟ ବର୍ଜନ କରିବେ ବୋଧପଡା ଗ୍ରାମବାସୀ

11

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି ବୋଧପଡା ଗ୍ରାମବାସୀ । ବାରମ୍ବାର ଦାବି ସତ୍ୱେ ନିର୍ବାଚିତ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ କାହାରି ଦୃଷ୍ଟି ପଡୁନାହିଁ । ଏଣୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗାଁକୁ ଗାଁ ସ ସାହିକୁ ସାହି ଯୋଡିବା ପାଇଁ ସରକାର ଗମନାଗମନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କେଉଁଠି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ତ ପୁଣି କେଉଁଠି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଦୀର୍ଘ ରାସ୍ତାମାନ ନିର୍ମାଣ କରାଯାଉଛି । ଏହାଛଡା ବ୍ଲକ୍ ଓ ପଞ୍ଚାୟତ ଦ୍ୱାରା ମଧ୍ୟ ସାହିକୁ ଯିବା ପାଇଁ ଛୋଟମୋଟ ପକ୍କା ରାସ୍ତା ମାନ ନିର୍ମାଣ ହେଉଛି । ଏସବୁ ସତ୍ୱେ ପ୍ରଶାସନିକ ଅବ୍ୟବସ୍ଥା ହେଉ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ଅପାରଗତା ହେଉ, ଯେଉଁଥିପାଇଁ ଏବେ ସୁଦ୍ଧା ଗ୍ରାମାଞ୍ଚଳରେ ଗମନାଗମନର କରୁଣ ଚିତ୍ର ଦେଖିବାକୁ ମିଳୁଛି । ଏହାର ଏକ ଉଦାହରଣ ସ୍ୱରୂପ ଭଣ୍ଡାରିପୋଖରୀ ବ୍ଲକ୍ ରହଣିଆ ପଞ୍ଚାୟତ ବୋଧପଡା ଗାଁଟି ଦୀର୍ଘବର୍ଷ ହେବ ଗମନାଗମନ କାରଣରୁ ଅବ୍ୟବସ୍ଥାରେ ରହିଛି । ଗାଁର ଲୋକସଂଖ୍ୟା ପ୍ରାୟ ୬୦୦ ରୁ ଅଧିକ ହୋଇଥିବାବେଳେ ଗମନାଗମନ ପାଇଁ ଥିବା ପ୍ରମୁଖ କଚ୍ଚା ରାସ୍ତାଟି ଦୀର୍ଗଦିନ ହେବ ନିର୍ମାଣ ହୋଇପାରୁନାହିଁ ।

ବେଲଗଡିଆ ଗ୍ରାମପାଶ୍ୱର୍ରୁ ଯଦିଓ ଗାଁକୁ ଅଳ୍ପ କିଛି ମିଟର କଂକ୍ରିଟ୍ ନିର୍ମାଣ ହୋଇଛି କଣ୍ଟିଗ୍ରାମ ପାଶ୍ୱର୍ରୁ ଗାଁକୁ ସଂଯୋଗ କରୁଥିବା ରାସ୍ତାଟି ଆଜି ବି ସୁଦ୍ଧା ମାଟି ମୋରମ ନିର୍ମାଣରେ ସୀମିତ ରହିଛି । ଅସରାଏ ବର୍ଷା ହେଲେ ଗାଁ ଲୋକେ ସାଇକେଲ କିମ୍ବା ମୋଟର ସାଇକେଲ୍‌ରେ ରାସ୍ତା ପାରି ହୋଇ ମୁଖ୍ୟ ରାସ୍ତାକୁ ଆସିବା କଷ୍ଟକର ହୋଇପଡୁଛି । ଏପରିକି ରାସ୍ତା ମୁଣ୍ଡ ଡ୍ରେନେଜ୍ ନାଳ ଉପରେ ଦୀର୍ଘ ବର୍ଷ ହେବ ନିର୍ମାଣ ହୋଇଥିବା ପକ୍କା ସ୍କାବଟି ଅନେକ ବର୍ଷ ହେବ ନଷ୍ଟ ହୋଇଗଲାଣି । ଏହାର ଗୋଟିଏ ପାଶ୍ୱର୍ ଦବିଯାଇଥିବା ବେଳେ ଗ୍ରାମବାସୀମାନେ ଏହା ଉପରେ ଯାତାୟତ ନିମନ୍ତେ ଆଉ ନିରାପଦ ମଣୁନାହାଁନ୍ତି । ଗାଁର ମୁଖ୍ୟ ରାସ୍ତାକୁ ପକ୍କା ନିର୍ମାଣ ଓ ଡ୍ରେନେଜ୍ ନାଳ ଉପରେ ପୋଲଟିଏ ପାଇଁ ଗ୍ରାମବାସୀମାନେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ନିଦାବିଷ୍ଣୁ ଅବତାର ହେଉ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ଅପାରଗତା ହେଉ ଯେଉଁଥିପାଇଁ ଗାଁ ମୁଖ୍ୟ ରାସ୍ତାଟି ଆଜିଯାଏ ପକ୍କା ହୋଇ ନିର୍ମାଣ ହୋଇନାହିଁ । ଯେଉଁଥିପାଇଁ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଥିବାବେଳେ ଆଗାମୀ ସାଧାରଣ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.