Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ସପ୍ତମ ସଂଧ୍ୟ୍ୟା, ମହୋତ୍ସବ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖେ,...

ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ସପ୍ତମ ସଂଧ୍ୟ୍ୟା, ମହୋତ୍ସବ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖେ, ସଂଚାର ନୃତ୍ୟ ଦର୍ଶକ ଙ୍କୁ କଲା ମତୁଆଲା

10

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ଶ୍ୟାମ ଭାଇ ଲୁଗା ଦୋକାନ ପ୍ରାୟୋଜିତ ଦଶମ ବାର୍ଷିକ ଉତ୍କଳ କେଶରୀ ଆଗରପଡା ମହୋତ୍ସବର ସପ୍ତମ ସଂଧ୍ୟ୍ୟା ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଂମ୍ପାଦକ ଅଭିମନ୍ୟୁ ସେଠୀ ଯୋଗଦେଇ ଏମାଟି ଉତ୍କଳ କେଶରୀଙ୍କ ମାଟି ହୋଇଥିବା ବେଳେ ଏଠାରେ ଏଭଳି ିଏକ ମହୋତ୍ସବ ଆୟୋଜନ କରି ସଂପୃକ୍ତ ଅଞ୍ଚଳର ଲୋକ ମାନଙ୍କ ମଧ୍ୟରେ ଏକତା ଓ ଭାତୃତ୍ୱ ଭାବ ସୃଷ୍ଟି କରିବାରେ ସହାୟକ ହେଉଛି, ତେଣୁ ଏପରି ମହୋତ୍ସବ ପ୍ରତି ଅଞ୍ଚଳରେ ପାଳିତ ହୋଇପାରିଲେ ସାମାଜିକ ଚିନ୍ତା ଚେତନାର ଉନ୍ନତି ହୋଇପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । କମିଟିର ସଭାପତି ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଠ ନାଟ୍ୟକାର ତଥା ବରିଷ୍ଠ ବିଜେପି ନେତା ଡ. ସୁଧାଶୁଂ ଶେଖର ନାୟକ ତାଙ୍କ ବକ୍ତବ୍ୟରେ ଆଗରପଡା ମାଟି କଳା ଐତିହ୍ୟର ମାଟି । ଏଠାରେ ଯୋଗଜନ୍ମା ଡ. ହରେକୃଷ୍ଣ ମହତାବ ଉତ୍କଳ ପ୍ରଦେଶ ଦୃଢ ଭିତ୍ତି ଭୂମିର ଉନ୍ନତି କରି ପାରିଥିବା ବେଳେ ଆଜିର ଏହି ମହୋତ୍ସବ ମାଧ୍ୟମରେ ପାଶ୍ଚାତ ସଭ୍ୟତାର ମୋହରେ ଅନ୍ଧ ନହୋଇ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ନେଇ ଆହ୍ୱାନ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ବିଜେପି ନେତା ବଦ୍ରିନାରାୟଣ ଧଳ, ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ଇଂ ମଧୂସୁଦନ ସାହୁ, ବିଜେପି ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ, ସଂମ୍ପାଦକ ଅମୂଲ୍ୟ ରତ୍ନ ନନ୍ଦ, ଆଗରପଡା ସରସ୍ୱତୀ ଶିଶୁ ମନ୍ଦିରର ସଂମ୍ପାଦକ ଆଶୋକ ପରିଡା, କମିଟି ସାଂସ୍କୃତିକ ସଂମ୍ପାଦିକା ମମତା ମହାନ୍ତି, ଅବସର ପ୍ରାପ୍ତ ସେନା କର୍ମଚାରୀ ଅକ୍ଷୟ ସୁତାର, ସମାଜସେବୀ ସିକନ୍ଦର ଜେନା ପ୍ରମୁଖ ଯୋଗଦେଇ ମହୋତ୍ସବ ର ଉତ୍ତରୋତ୍ତର କାମନା କରିଥିଲେ । ଏହି ସଂଧ୍ୟାରେ ଦର୍ଶକ ମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲେ ପରୀ ଓ ମଙ୍ଗୁଳା କନ୍ୟା ଧାରାବାହିକର ନାୟକ ଆକାଶ । ସେ ତାଙ୍କ ସଂଳାପରେ ବହୁ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । କମିଟି ସଂମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ରଖିଥିବା ବେଳେ ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଚାର ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ତଥା ଆର୍ନ୍ତଜାତିୟ ଓଡିଶୀ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କା ଏବଂ ଉତ୍ସବ କ୍ରିଏସନର ନର୍ଦ୍ଧେଶିକା ରିଚା ମହାନ୍ତି ଙ୍କୁ କମିଟି ଉପଦେଷ୍ଟା ହରମୋହନ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା, ନାରାୟଣ ଚନ୍ଦ୍ର ଲେଙ୍କା, ରମାକାନ୍ତ ଜେନା, ଗୋଲକ ପୃଷ୍ଟି ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଉପସ୍ଥାପକ ଅଜୟ କୁମାରଙ୍କ ଉପସ୍ଥାପନାରେ ସଂଚାର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ଗୋପାଳକୃଷ୍ଣ ଦାଶ, ହିମାଶୁଂ ସେଖର ସାହୁ, ସୁରେଶ ପରିଡା, ଦୀପକ ପୁରୀ, ଚିତରଞ୍ଜନ ଦାଶ, ମାମୁନି ସିଂହ, ପ୍ରଜ୍ଞା ପ୍ରିୟଦର୍ଶନୀ କଟୁଆଳ, ନିତ୍ୟାନନ୍ଦ ସିଂହ, ମାନସ ତିୱାରୀ, ସମ୍ରାଟ ସିଂହ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.