Home ଓଡ଼ିଶା ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ : ଜିଲ୍ଲାପାଳଙ୍କଠାରେ ସାରଗାଁ ପଞ୍ଚାୟତବାସୀଙ୍କ...

୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ : ଜିଲ୍ଲାପାଳଙ୍କଠାରେ ସାରଗାଁ ପଞ୍ଚାୟତବାସୀଙ୍କ ଫେରାଦ

67

ବାଲେଶ୍ୱର, ୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ସାରଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ଦ୍ୱାରା ବେଆଇନ୍ ଭାବେ ବିଭିନ୍ନ ପ୍ରକଳ୍ପ ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପରିପପ୍ରେକ୍ଷୀରେ ଗ୍ରାମବାସୀମାନେ ଆଜି ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସାରଗାଁ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅନିୟମିତତା ଓ ଅର୍ଥ ଆତ୍ମସାତ୍ ସମ୍ପର୍କରେ ଅବଗତ କରିଛନ୍ତି। ବିଶେଷ କରି ବାର୍ଷିକ ପ୍ରକଳ୍ପ ତାଲିକାରେ ସ୍ଥାନୀତ ନ କରି କିମ୍ବା ପଲ୍ଲୀ ସଭା ତଥା ଗ୍ରାମସଭାରେ ଅନୁମୋଦିତ ନ କରି ସରପଞ୍ଚ ରବୀନ୍ଦ୍ର ନାୟକ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାମରେ ୬ ଲକ୍ଷ ୩୧ ହଜାର ୨୦୦ ଟଙ୍କାର ବିଲ୍ ଅର୍ଥ ଉଠାଇଥିବା ଗ୍ରାମବାସୀମାନେ କହିଛନ୍ତି। ସେହିଭଳି ସିଏଫସି ଯୋଜନାରେ ଯୁୀବଜ୍ୟୋତି କମ୍ୟୁନିଟି ସେଣ୍ଟର ମରାମତି ବାବଦରେ ଦେଢ଼ଳକ୍ଷ, ସରସ୍ୱତୀ କମ୍ୟୁନିଟି ସେଣ୍ଟର ମରାମତି ନାମରେ ୧ ଲକ୍ଷ, ହରିସଭା କମ୍ୟୁନିଟି ସେଣ୍ଟର ମରାମତି ନାମରେ ୨ ଲକ୍ଷ, ଦଳସୁଆ ରାସ୍ତା ନବୀକରଣ ନାମରେ ଦେଢ଼ଲକ୍ଷ, କଂକ୍ରିଟ୍ ରୋଡ଼ ନିର୍ମାଣ ବବଦରେ ୧ଲକ୍ଷ ୪୦ ହଜାର, ପୂର୍ବରୁ ନରେଗା ଯୋଜନାରେ ହାଇଥିବା କାର୍ଯ୍ୟକୁ ପୁଣି ଥରେ ମରାମତି ନାମରେ ଦେଢ଼ଲକ୍ଷ ଏମିତି ଆହୁରି ବହୁ ମିଥ୍ୟା ପ୍ରକଳ୍ପ ନାମରେ ଜାଲ ବିଲ୍ ସହାୟତାରେ ସରପଞ୍ଚ ଶ୍ରୀ ନାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସା୍‌କ କରିଥିବା ଗ୍ରାମବାସୀମାନେ କହିଛନ୍ତି। ଏଥି ସହିତ ପଞ୍ଚାୟତର ବିଭିନ୍ନ ପୋଖରୀ ଲିଜ୍ ଅର୍ଥ, ମାର୍କେଟ କମ୍ପେ୍ଲକ୍ସର ଭଡ଼ା ଅର୍ଥ ମଧ୍ୟ ବିନା ଅନୁମୋଦନରେ ଖର୍ଚ୍ଚ କରିଥିବା ସେମାନେ କହିଛନ୍ତି। ୨୦୧୭-୧୮ ମସିହାରୁ ପଞ୍ଚାୟତର କେସବୁକ୍ କିମ୍ବା ଅନ୍ୟାନ୍ୟ ରେକର୍ଡ଼ ଅଡିଟ୍ ହୋଇନଥିବା ବେଳେ ତୁରନ୍ତ ଅଡିଟ୍ ସହ ଏହି ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ବିଜେପି ନେତା ପର୍ଶୁରାମ ପରିଡ଼ା, ଜିତେନ୍ଦ୍ର ସିଂ, ରଣଜିତ୍ କୁମାର ଦାଶ, ଜୀବନ ନାୟକ, ଆଦିତ୍ୟ ରଥ, ପୀତବାସ ଦାସ, ଅନନ୍ତ ଦାସ, ଆନନ୍ଦ ପାଢ଼ୀ, ସୁରେଶ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.