Home ଓଡ଼ିଶା ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସାଳୟକୁ ଅତ୍ୟାଧୁନିକ ମଡେଲ ଚିକିତ୍ସାଳୟ କରାଯିବ ବୋଲି ମନ୍ତ୍ରୀଙ୍କ...

୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସାଳୟକୁ ଅତ୍ୟାଧୁନିକ ମଡେଲ ଚିକିତ୍ସାଳୟ କରାଯିବ ବୋଲି ମନ୍ତ୍ରୀଙ୍କ ଘୋଷଣା

91

ମାଲକାନଗିରି,୨୨ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପ୍ରାଣୀ ଚିକିତ୍ସା ପରିସରରେ ରାଜ୍ୟସ୍ତରୀୟ ବଳଭଦ୍ର ଜନ୍ମ , ଗହ୍ମାପୂଣ୍ଣ ର୍ିମା ଓ ରକ୍ଷାବନ୍ଧନ ଉତ୍ସବ କୁ କୃଷୀ,ମତ୍ସ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି । ଆଜି ସକାଳେ ଜିଲ୍ଲାପ୍ରାଣୀ ଚିକିତ୍ସାଳୟ ପରିସରରେ ଅନୁଷ୍ଟିତ ରାଜ୍ୟସ୍ତର ଗହ୍ମାପୂଣ୍ଣ ର୍ିମା ଉତ୍ସବରେ ମନ୍ତ୍ରୀ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରି ଗୋ ମାତାଙ୍କୁ ପୂଜାକରିବା ସହିତ ସେମନଙ୍କୁ ରାକ୍ଷି ବାନ୍ଧି ପୁସ୍ପମାଲ୍ୟଅର୍ପଣ କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ କୃଷିର ଉନ୍ନତି ସହ ଗୋ ପାଳନ,ମତ୍ସଚାଷ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଗରିବ ଲୋକଙ୍କ ରୋଜଗାର ର ବାଟ ଫିଟାଇବା ସହିତ ସେମାନଙ୍କର ଆର୍ଥିକ ଉନ୍ନତି ପ୍ରତି ସରକାର ଗୁରୁତ୍ୱ ଦେଉଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିବାସହ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସାଳୟ କୁ ଅତ୍ୟାଧୁନିକ ଶୈଳିରେ ମଡେଲ ଚିକିତ୍ସାଳୟ କରାଯାଇ ଆବଶ୍ୟକୀୟ ଡାକ୍ତର ଓ ଅନ୍ୟାନ ଯନ୍ତ୍ରପାତି ଯୋଗାଇ ଦିଆ ଯିବା ସହ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆ ଯିବ ବୋଲି ଘୋଷଣା କରିଥିଲେ । ଏହି ସଭାରେ ଜଣେ କମବୟସର ଗୋପାଳନ ଚାଷୀ ନିଜର ଅଭିଜ୍ଞତା ବଣ୍ଣ ର୍ନା କରିବା ସହ ଅନ୍ୟାନ ଗୋପାଳନ ଚାଷୀମାନେ ଜିଲ୍ଲାରେ ପଶୁଚିକିତ୍ସକ ଅଭାବ ସଂପର୍କରେ କହିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରୀୟଦର୍ଶୀ ମିଶ୍ର ଯୋଗଦେଇଥିବା ବେଳେ ଜିଲ୍ଲାମୁଖ୍ୟପ୍ରାଣୀ ଚିକିତ୍ସକ ଡା ସାରଙ୍ଗଧର ସତପଥୀ ସଭାରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡା ଅଶୋକ କୁମାର ତ୍ରୀପାଠୀ,ଜିଲ୍ଲାମତ୍ସ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର,ଡିଆରଡିଏ ଏପିଡି ମାନସ ମିଶ୍ର,ଡା.ବିକାଶ ଚନ୍ଦ୍ର ସରଦାର,ଡା ଦେବାଶିଶ ସଡଙ୍ଗି, ରାମକୃଷ୍ଣ ପଣ୍ଡା,ଲ କ୍ଷମ୍ମିକାନ୍ତ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ଅଚଂଳରୁ ଚାଷୀ ମାନେ ଉପସ୍ଥିତ ରହି ମନ୍ତ୍ରୀହ୍‌କୁ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.