Home ଓଡ଼ିଶା ମାଛ ଧରିବାକୁ ଯାଇଥିବା ବେଳେ ଡ୍ୟାମରେ ଡଙ୍ଗାବୁଡି ଯୁବକ ନିଖୋଜ

ମାଛ ଧରିବାକୁ ଯାଇଥିବା ବେଳେ ଡ୍ୟାମରେ ଡଙ୍ଗାବୁଡି ଯୁବକ ନିଖୋଜ

59

ମାଲକାନଗିରି,୨୨ା୮ ( ଓଡିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ତେଲରାଇ ପଚାଂୟତ ଆମ୍ବପଦର ଗ୍ରାମର ନୀଳଖେମୁଡୁ(୩୫)ନାମକ ଆଦିବାସୀ ଯୁବକ ସୀମାନ୍ତ ଆନ୍ଦ୍ରପ୍ରଦେଶର ସିଲେରୁ ନଦୀ ଡଙ୍କରାଇ ଡ୍ୟାମରେ ଗତ ଶୁକ୍ରବାର ଅପରାହ୍ନରେ ଏକ ହୁଲି ଡଙ୍ଗାରେ ମାଛଧରୁଥିବା ସମୟରେ ହଟାତ ଡଙ୍ଗାଟି ବୁଡିଯାଇଥିଲା । ନୀଳ ଖେମୁଡୁ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ । ଏ ସଂପର୍କରେ ତେଲରାଇ ପଚାଂୟତ ସରପଚଂ କାଲିମେଳା ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ କର୍ମାଚାରୀ ମାନେ ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ସେହି ଡ୍ୟାମରେ ଖୋଜା ଖୋଜିଚଳାଇ ଥିଲେ ମଧ୍ୟ ନିଖୋଜ ନୀଳ ର କୌଣସି ସନ୍ଧାନ ମିଳିନଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.