Home ଜିଲ୍ଲା ପରିକ୍ରମା ୨ ଦିନର ଲଗାଣ ବର୍ଷରେ ଭଦ୍ରକ ନେହେରୁ ଷ୍ଟାଡିୟମ୍‌ର ଅବସ୍ଥା ବେହାଲ, ନିର୍ମାଣାଧୀନ ଷ୍ଟାଡିୟମ୍ କାର୍ଯ୍ୟ...

୨ ଦିନର ଲଗାଣ ବର୍ଷରେ ଭଦ୍ରକ ନେହେରୁ ଷ୍ଟାଡିୟମ୍‌ର ଅବସ୍ଥା ବେହାଲ, ନିର୍ମାଣାଧୀନ ଷ୍ଟାଡିୟମ୍ କାର୍ଯ୍ୟ ବାଧାପ୍ରାପ୍ତ

6

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନର ଲଗାଣ ବର୍ଷାରେ ଏବେ ଭଦ୍ରକର ନେହେରୁ ଷ୍ଟାଡିୟମ୍ ଅବସ୍ଥା ବେହାଲ ହୋଇପଡିଛି । ଗତ ୪ ଦିନ ତଳେ ଏହାର ଘାସ ବିଛାଣି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ଫଳରେ ଦୁଇଦିନର ଲଗାଣ ବର୍ଷା ଜଳରେ ଘାସଗୁଡିକ ପଚି ନଷ୍ଟ ହେବା ଆରମ୍ଭ କଲାଣି । ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷାଜଳ ଷ୍ଟାଡିୟମ୍ ଭିତରେ ଜମି ରହୁଛି । ଯାହା କ୍ରୀଡା କ୍ଷେତ୍ରରେ ଆସୁଥିବା କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ କେଉଁ ପରିମାଣରେ ହେଉଛି, ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । କେବଳ ଷ୍ଟାଡିୟମ୍ ନୁହଁ, ଜଳ ନିଷ୍କାସନ ପାଇଁ ସହର ମଧ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ବହୁ ଡ୍ରେନ୍ ଅଧା ପନ୍ତରିଆ ଭାବେ ହୋଇଥିଲେ ମଧ୍ୟ ବର୍ଷାଜଳ ତାହା ମଧ୍ୟରେ ନିଷ୍କାସିତ ହୋଇପାରୁନାହିଁ । ଷ୍ଟାଡିୟମ୍ ଭଳି ସହରର ଅନେକ ସ୍ଥାନରେ ଏହି ବର୍ଷାଜଳ ଜମି ରହୁଥିବାରୁ ଜନସାଧାରଣଙ୍କ ଗମନାଗମନ ଓ ଗାଡି ଚାଳଚଳରେ ବାଧା ସୃଷ୍ଟି ହେଉଛି । ଗତ ଦୁଇଦିନର ବର୍ଷା ଯଦି ଏଭଳି ଅବସ୍ଥା ସୃଷ୍ଟି କରେ, ତେବେ ବର୍ଷାଦିନ ଆସିଲେ କିଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିବ, ତାହା ଏଥିରୁ ବୁଝାପଡୁଛି । ତେବେ ସରକାର ନାଳ ନର୍ଦ୍ଦମା ଜଳ ନିଷ୍କାସନ ପାଇଁ ଦେଉଥିବା ଅର୍ଥ କିଭଳି ସଫଳତାର ସହ ରୂପାୟନ ହେଉଛି, ତାହା ଭଦ୍ରକ ନେହେରୁ ଷ୍ଟାଡିୟମ୍‌ର ଅବସ୍ଥାରୁ ସ୍ପଷ୍ଟ ଜଣାପଡୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.