Home ଜିଲ୍ଲା ପରିକ୍ରମା ପିଲାମାନଙ୍କ ସହ ବସି ପଖାଳ ଖାଇଲେ ବିଧାୟକ, ଓଡ଼ିଆଙ୍କ ପାଇଁ ପ୍ରତିଦିନ ପଖାଳ ଦିବସ –...

ପିଲାମାନଙ୍କ ସହ ବସି ପଖାଳ ଖାଇଲେ ବିଧାୟକ, ଓଡ଼ିଆଙ୍କ ପାଇଁ ପ୍ରତିଦିନ ପଖାଳ ଦିବସ – ବିଧାୟକ ସୁରଜ

12

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଆଙ୍କ ପଖାଳ ଦିବସକୁ ଭିନ୍ନ ଢଙ୍ଗରେ ପାଳିଛନ୍ତି ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ । ଧାମନଗର ଖଡିପଦା ପଂଚାୟତରେ ଥିବା କାଞ୍ଜିଆପାଳ ମହାପୁରୁଷ ଆଶ୍ରମର ଅନ୍ତେବାସୀଙ୍କ ସହ ମିଶି ବିଧାୟକ ସୁରଜ ଆଜି ପଖାଳ ଖାଇଥିବାର ଦେଖିବାକୁ ମିଳିଛି । ବିଧାୟକ ଶ୍ରୀ ସୁରଜ ଆଜି ଅପରାହ୍ନରେ କାଞ୍ଜିଆପାଳ ସ୍ଥିତ ମହାପୁରୁଷ ଆଶ୍ରମରେ ପହଞ୍ôଚଥିଲେ । ସେଠାରେ ଅନ୍ତେବାସୀ ଭାବେ ରହୁଥିବା ପ୍ରାୟ ୨୫ ଜଣ ପିଲାଙ୍କ ସହ ବସି ପଖାଳ ସାଙ୍ଗକୁ ପଣସକଠା ତରକାରୀ, ଶାଗ, ପୋଟଳ ଭଜା, ବାଇଗଣ ଭର୍ତ୍ତା, ବଢି ଆଦି ଖାଇଥିଲେ । ଏହି ଅବସରରେ ବିଧାୟକ ପିଲାମାନଙ୍କୁ ପଖାଳର ଗୁରୁତ୍ୱ ଏବଂ ଉପକାରିତା ସଂପର୍କରେ କହିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାରେ ବିଭିନ୍ନ ପ୍ରକାର ପଖାଳର ବର୍ଣ୍ଣନା ରହିଥିବାବେଳେ ଆମ ଓଡ଼ିଆମାନଙ୍କ ପାଇଁ ପ୍ରତିଦିନ ପଖାଳ ଦିବସ ବୋଲି ସେ କହିଥିଲେ । ପଖାଳରେ ଶରୀର ଉପକାରୀ ତତ୍ତ୍ୱ ଭରି ରହିଛି ବୋଲି ସେ ପିଲାମାନଙ୍କୁ କହିଥିଲେ । ଆଜିର ଏହି ଦିବସରେ ବିଧାୟକ ଶ୍ରୀ ସୁରଜଙ୍କ ସହ ନକୁଳ ଦେବ ଶାସ୍ତ୍ରୀ, ଅଶୋକ ପୁହାଣ, ମନୋରଂଜନ ମଲ୍ଲିକ, ବୁଦ୍ଧଦେବ ଜେନା, ରମେଶ ପତି, ଅରବିନ୍ଦ ପତି, ସରପଞ୍ଚ ସସ୍ମିତା ଘଡେଇ, ସମିତିସଭ୍ୟା ସ୍ୱର୍ଣ୍ଣଲତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.