Home ଓଡ଼ିଶା ୨୪ ଘଣ୍ଟାରେ ୪୨୫ ମି.ମି. ବର୍ଷା

୨୪ ଘଣ୍ଟାରେ ୪୨୫ ମି.ମି. ବର୍ଷା

277

କୋରାପୁଟ ୦୩-୦୮-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲାରେ ୪୨୫.୮ମିମି ବର୍ଷା ହୋଇଥିବାବେଳେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୬୮ ମିମି ବର୍ଷା ହୋଇଥିବା ଜଣା ପଡିଛି। ଜିଲା ଜରୁରୀ କାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, କୋରାପୁଟରେ ୧୬.୨ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୩୫.୨, ପଟ୍ଟାଙ୍ଗିରେ ୨୫.୨, ନାରାୟଣପାଟଣା ଓ ବନ୍ଧୁଗାଁରେ ମୋଟେ ବର୍ଷା ହୋଇ ନାହିଁ। ସେହିପରି ନନ୍ଦପୁରରେ ୩୩.୨ ମିମି ବର୍ଷା ହୋଇଥିବାବେଳେ, ଦଶମନ୍ତପୁରରେ ୬୩ମିମି, ଲକ୍ଷ୍ମୀପୁରରେ ୭, ସେମିଲିଗୁଡାରେ ୧୩.୪, ଜୟପୁରରେ ୨୭.୬, କୋଟପାଡରେ ୩୬ମିମି, କୁନ୍ଦୁରାରେ ୩୪.୪ ଓ ବୋରିଗୁମାରେ ୬୬.୬ ମିମି ବର୍ଷା ହୋଇଥିବା ଜଣା ପଡିଛି। କୋରାପୁଟ ସହର ଓ ଅନ୍ୟାନ୍ୟ ଅଂଚଳରେ ସକାଳଠାରୁ ଲଗାଣ ବର୍ଷା ଜାରି ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.