Home କୋରାପୁଟ ବକ୍ସାଇଟ ପରିବହନକୁ ବିରୋଦ୍ଧ କରି କାକାରିଗୁମ୍ମା ବଜାର ବନ୍ଦ

ବକ୍ସାଇଟ ପରିବହନକୁ ବିରୋଦ୍ଧ କରି କାକାରିଗୁମ୍ମା ବଜାର ବନ୍ଦ

111

କୋରାପୁଟ ;ତା୦୩-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ଖଣିରୁ ବକ୍ସାଇଟ ପରିବହନକୁ ବିରୋଦ୍ଧ କରି କାକିରିଗୁମ୍ମା ବଣିକ ସଂଘ ୮ଘଂଟିଆ ବଜାର ବନ୍ଦ କରିଛି । କୋଡିଙ୍ଗାମାଳିରୁ କାକିରିଗୁମ୍ମା ରେଳ ଷ୍ଟେସନକୁ ପ୍ରତିଦିନ ଶହ ଶହ ଟିପ୍ପର ଯୋଗେ ବକ୍ସାଇଟ୍ ପରିବହନ କରା ଯାଉଥିବାରୁ କାକରିଗୁମ୍ମା ମୁଖ୍ୟ ରାସ୍ତା ଓ ବଜାର ମାଟିରେ ଜୁଡୁବୁଡୁ ହୋଇଥିବା ଓ ସବୁବେଳେ ଟ୍ରାଫିକସମସ୍ୟା ହେଉଥିବା ବଣିକ ସଂଘ ଅଭିଯୋଗ କରିବା ସହ ଟ୍ରାଫିକ ସମସ୍ୟା ହେତୁ ଅନେକ ସମୟରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନଓ ମଧ୍ୟ ଠିକ ସମୟରେ ହସ୍ପିଟାଲ ପହଂଚି ପାରୁନଥିବା ଅଭିଯୋଗ କରାଯାଉଛି । ସମସ୍ୟା ସମ୍ପର୍କରେ ବ୍ଲକ ଓ ଜିଲା ପ୍ରଶାସନକୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଜଣା ପଡିଛି । କୋଡିଙ୍ଗାମାଳି ଖଣି ପରିବହନ କାରୀ ସଂସ୍ଥା କାକିରିଗୁମ୍ମା ମୁଖ୍ୟ ରାସ୍ତାର କାଦୁଅ ସଫା କରିବା ସହ ଜନ ସାଧାରଣଙ୍କ ସୁବିଧା ପାଇଁ କାକିରିଗୁମ୍ମା ହସ୍ପିଟାଲରେ ଏକ ଆମ୍ବୁଲାନଓ ଦେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ବିଡମ୍ବନାର ବିଷୟ ଏହା ମଧ୍ୟରେ ୯ମାସ ବିତି ଯାଇଥିଲେ ମଧ୍ୟ ଆମ୍ବୁଲାନସ ଦିଆ ଯାଇନଥିବା ବଣିକ ସଂଘ ଅଭିଯୋଗ କରିଛି । ସେହିପରି ବକସାଇଟ ପରିବହନ କରୁଥିବା ଗାଡି ଗୁଡିକ ତୀବ୍ର ବେଗରେ ଯାତାୟତ କରୁଥିବାରୁ ଦୁର୍ଘଟଣା ମଧ୍ୟ ବଢି ଚାଲୁଥିବା ଅଭିଯୋଗ ହୋଇଛି । ତେଣୁ କାକିରିଗୁମ୍ମା ଗ୍ରାମବାସୀଙ୍କ ସ୍ୱାର୍ଥ ରକ୍ଷା ଓ ଲୋକଙ୍କ ଜୀବନ ରକ୍ଷା ପାଇଁ ବକ୍ସାଇଟ ପରିବହନ ମୁଖ୍ୟ ସଡକରେ କରା ନଯାଇ ଡମ୍ପିଂ ୟାର୍ଡ ନିମନ୍ତେ ବାଇପାସ ରାସ୍ତା କରା ଯିବାକୁ ଦାବି କରା ଯାଇ ଥିବାବେଳେ ପ୍ରଶାସନ ପୁନର୍ବାର ଗ୍ରାମବାସୀଙ୍କ ଦାବିକୁ ଉପେକ୍ଷା କଲେ ବଣିକ ସଂଘ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛି । କାକିରିଗୁମ୍ମାର ଜଗନ୍ନାଥ ବିଷୋୟୀ ,ଲୋକନାଥ ବିଷୋୟୀ ,ଖଗପତି ବିଷୋୟୀ ଓ ଅନେକ ଗ୍ରାମବାସୀ କୋରାପୁଟ ଆସି ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.