Home କୋରାପୁଟ ଜିଲା ପରିଷଦ ସଭାପତିଙ୍କ ବନ୍ଧୁଗାଁ ଗସ୍ତ

ଜିଲା ପରିଷଦ ସଭାପତିଙ୍କ ବନ୍ଧୁଗାଁ ଗସ୍ତ

118

କୋରାପୁଟ ;ତା୦୩-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ପରିଷଦ ସଭାପତି ତୂଳସୀ କିର୍ଷାନୀ ଶୁକ୍ରବାର ପ୍ରଥମ ଥର ପାଇଂ ମାଓ ଅଧ୍ୟୁଷିତ ଉପାନ୍ତ ବନ୍ଧୁଗାଁ ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବ୍ଲକ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଅଧ୍ୟକ୍ଷା ପ୍ରମିଳା ଜାକକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଡିଓ ମନୋଜ କୁମାର ନାୟକ ଓ ଅନୟାନ୍ୟ ବିଭାଗ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ୁନନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶିକ୍ଷା,ସ୍ୱାସ୍ଥ୍ୟ ସେବା,ମହିଳା ଓ ଶିଶୁ ବିକାଶ,ସାଧାରଣ ବଂଟନ ବ୍ୟବସ୍ଥା ଉପରେ ଜିଲା ପରିଷଦ ସଭାପତି ଗୁରୂତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଜନ ହିତକର ଯୋଜନା ଲୋକଙ୍କ ନିକଟରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ । ବ୍ଲକ ବିଜେଡି ସଭାପତି ଭି.ଗଣପତି ରାଓ,ସମ୍ପାଦକ ଅଭିମନ୍ୟୁ ଭାଣ୍ଡି,ବିଜେଡି ନେତା ବାଲା ନାଗ,ଦୁର୍ଯ୍ୟ ନାଗ,କାର୍ଯ୍ୟକାରୀ ସଭାପତି ଡି.ରବି,ତହସିଲଦାର ଶୋଭା ଶବର, ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ,ସରପଂଚ ଓ ଅନ୍ୟାନ୍ୟ ପଂଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.