Home ଅପରାଧ ୨୩କୋଟି ଟଙ୍କା ଖର୍ଚ୍ଚ ପରେ ବି ନଗଡାର ପୂର୍ବ ପରିରହିବାକୁ ନେଇ ମାମଲା; ବ୍ୟକ୍ତିଗତ ଜାଜିର...

୨୩କୋଟି ଟଙ୍କା ଖର୍ଚ୍ଚ ପରେ ବି ନଗଡାର ପୂର୍ବ ପରିରହିବାକୁ ନେଇ ମାମଲା; ବ୍ୟକ୍ତିଗତ ଜାଜିର ପାଇଁ ମୂଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଲେ ଏନ.ଏଚ.ଆର.ସି

180

ଭୁବନେଶ୍ୱର୫ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳି ନଗଡାରେ ଅପପୁଷ୍ଟି କୁ ନେଇ ବିଶ୍ୱ ସ୍ତରରେ ହଇଚଇ ହୋଇ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସରକାର ଯୁଦ୍ଧ କାଳିନ ଭିର୍ତ୍ତିରେ ସ୍ତିତିର ସୁଧାର ଆଣିଥିବା ସେତେବେଳେ ସରକାର ଗଣମାଧ୍ୟମରେ ସଫେଇ ଦେଇ ନଗଡାକୁ ସରକାର ସମସ୍ତ ଯୋଜନାରେ ସାମିଲ କରି ସ୍ଥିତିର ସୁଧାର ଆଣିଥିବା ସଫେଇ ଦେଇଥିଲେ । ନଗଡା ସ୍ଥିତିର ସୁଧାର ଆଣିବାକୁ ସରକାର ୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଥିବା ବେଳେ ନଗଡାରେ କିଛି ପରିବର୍ତ୍ତନ ହୋଇନଥିବା ‘ଖାଦ୍ୟ ଅଧିକାର ଅଭିଯାନ’ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ନଗଡ଼ାର ଏଭଳି ସ୍ଥିତି ପଦାକୁ ଆସିବା ପରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଗତ ଅଗଷ୍ଟ ମାସରେ ପିଟିସନ୍ ଏନଏଚଆରସିରେଦାୟର କରିଥିଲେ। ପିଟିସନକୁ ବିଚାର କରି କମିସନ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଉପସ୍ଥାପନ ନ କଲେ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହୋଇ ଉତ୍ତର ରଖିବା ପାଇଁ କୁହାଯାଇଛି।

ଏନ.ଏଚ.ଆର.ସି  ରେ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ରେ ୨୦୧୬ ଜୁଲାଇ ମାସରେ ଗଣମାଧ୍ୟମରେ ନଗଡ଼ାରେ ଶିଶୁମାନଙ୍କ ପୁଷ୍ଟିହୀନତାରେ ମୃତ୍ୟୁ ଘଟଣା ପଦାକୁ ଆସିଥିଲା। ଅପପୁଷ୍ଟି ଯୋଗୁ ଶିଶୁମାନେ ଏଠାରେ ଲଗାତାର ମୃତ୍ୟୁ ମୁଖରେ ପଡୁଥିଲେ । ସରକାର ଏହାକୁ ଗୁରୁତ୍ବର ସହ ନେଇଥିଲେ। ସେଠାରେ ବିଭିନ୍ନ ଉନ୍ନତି ମୂଳକ କାର‌୍ୟ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ତିନି ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ପରିସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇନାହିଁ। ‘ଖାଦ୍ୟ ଅଧିକାର ଅଭିଯାନ’ର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ଜୁଲାଇ ୮ ତାରିଖରେ ନଗଡ଼ା ଯାଇଥିଲେ। ସେଠାରେ ଏବେ ବି ଶିଶୁମାନେ ପୁଷ୍ଟିହୀନତାର ଶିକାର ହୋଇଥିବା ଦେଖିବାକୁ ପାଇଥିଲେ। ଏମଜିଏନଆରଜିଏ ଅଧୀନରେ ୮୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲେ ମଧ୍ୟ ଏଥିରୁ ମାତ୍ର ୪ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ ହୋଇପାରିଛି। ନବନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଥିବାରୁ ଗାଁ ଲୋକମାନେ ବିଶୁଦ୍ଧ ଜଳରୁ ବଞ୍ଚିତ ହେଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ନଗଡ଼ା ପାଇଁ ବିଭିନ୍ନ ପ୍ରକଳ୍ପରେ ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇ ସାରିଛି। କିନ୍ତୁ ପରିବର୍ତ୍ତନ ଆସିନଥିବାରୁ କେଉଁଠି ସମସ୍ୟା ରହିଲା ତାହା ଉପରେ କମିସନ ଉତ୍ତର ମାଗିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.