Home ଅପରାଧ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

138

ଭୁବନେଶ୍ୱର/ଯାଜପୁର୫ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଥିବା ବଳଦିଆ ଓଭରବ୍ରିଜ ଅନତୀଦୂର ନହକା ରାସ୍ତା କଡରୁ ପୁଲିସ ଜୈନିକ ଅଜଣା ବୃଦ୍ଧର ମୃତ ଦେହ ପୁଲିସ ଉଦ୍ଧାର କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ୧୧/୧୯ ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛ୍ୟେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପ୍ରକାଶଯେ ଶନିବାର ସକାଳୁ ନହକା ରାସ୍ତା କଡରେ ଜଣେ ବୃଦ୍ଧ ପଡିଥିବା ଖବର ପାଇ ପୁଲିସ ପହଞ୍ଚି ୧୦୮ ଯୋଗେ ମୃତ ଦେହକୁ ଯାଜପୁରରୋଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ବୃଦ୍ଧ ଜଣକ ଏକ ନୀଳ ରଙ୍ଗର ପ୍ରିଂଟ ଲୁଙ୍ଗି ପିନ୍ଧିଥିବା ବେଳେ ଏକ ଗାମୁଛା ମଧ୍ୟ ଥିଲା । ହେଲେ ମୃତକର ପରିଚୟ ମିଳିପାରିନଥିବା ବେଳେ ତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିବା ତଦନ୍ତାଧିକାରୀ ଏଏସଆଇ ସଲିଳ କୁମାର ମଳ୍ଲିକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.