Home ଓଡ଼ିଶା ୨ଦିନଧରି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ସହର ବେହାଲ

୨ଦିନଧରି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ସହର ବେହାଲ

116

କେନ୍ଦ୍ରାପଡା ୨୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ପୈାରାଂଚଳର ସମସ୍ତ ତଳିଆ ଅଂଚଳ ଗୁଡିକ ବର୍ଷା ପାଣିରେ ବୁଡି ଯାଇ ବେହାଲ ହୋଇଥିବାର ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିବା ଓ ରାସ୍ତା ଗୁଡିକ ବର୍ଷା ପାଣିରେ ବୁଡି ଯାଇଥିବାର ଦେଖିବାକୁ ମିଳିଛି। ଫଳରେ ତଳିଆ ଅଂଚଳରେ ବାସ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ସହରର ଏକଣାଖଣ୍ଡି, ସୁନାଇଲୋ, ଜୟୀପୁରା, ରଣପଡା, ମାଧପୁର, ନସଡିପୁର ଦଳିତବସ୍ତି, ମୀରପାଟଣା, ଦିଲାରପୁର, କଜଳା, କାକଟ, ମହିପାଳ, କୁରେସିମହଲା, ଶ୍ୟାମଗୁଡିଆ ଆଦିବାସୀବସ୍ତି, ଏନ.ଏଚ. କଲୋନୀ ପ୍ରଭୃତି ତଳିଆ ଅଂଚଳ ଗୁଡିକରେ ବର୍ଷା ପାଣି ରାସ୍ତାରେ ଲହଡି ଭାଙ୍ଗୁଥିବା ଦେଖାଯାଇଛି। ପୈାରସଂସ୍ଥା ପକ୍ଷରୁ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେହିସବୁ ତଳିଆ ଅଂଚଳରୁ ଉଦବୃତ୍ତ ଜଳ ନିଷ୍କାସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବା ଜଣାପଡିଛି। ଏହି କାର୍ଯ୍ୟ ଅଗ୍ନିଶମ ବିଭାଗର ପମ୍ପ ଓ କେତେକ ସ୍ଥାନରେ ପୈାରସଂସ୍ଥା ଦ୍ୱାରା ନିୟୋଜିତ ପାଣିପମ୍ପ ସହାୟତାରେ ଜଳ ନିଷ୍କାସନ କରାଯିବା କାର୍ଯ୍ୟ ଚାଲୁରହିଛି। ପୈାରସଂସ୍ଥାର କର୍ମଚାରୀମାନେ ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ଉପସ୍ଥିତିରେ ରାତିଦିନ ଲାଗି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଗୋବରୀ ନଦୀ ପାଶ୍ୱର୍ରେ ଥିବା ତଳିଆ ଅଂଚଳ ଗୁଡିକରେ ଜଳ ନିଷ୍କାସନ କରାଯାଉଥିଲେବି ଗୋବରୀ ନଦୀ ପାଣିରେ ଭରି ରହିଥିବାରୁ ପୁଣି ପାଣି ଝରୁଥିବାର ଦେଖାଯାଇଛି। ତଳିଆ ଅଂଚଳର ଘରେ ପାଣି ପଶିଯାଇଥିବା ଲୋକମାନଙ୍କୁ ପୈାରସଂସ୍ଥା ପକ୍ଷରୁ ସ୍ଥାନୀୟ ବିଦ୍ୟାଳୟରେ ରହିବାର ବ୍ୟବସ୍ଥା କରାଯାଇଛି। ଯଦି ବର୍ଷା ଲାଗିରହେ ତେବେ ପରିସ୍ଥିତି ଆହୁରି ବିଗିଡିଯିବାର ସମ୍ଭାବନା ଦେଖାଯାଇଛି। ସହରରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଉଠାଜଳସେଚନ ଡିଭିଜନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଆବାସୀକ କାର୍ଯ୍ୟାଳୟ, ପୂର୍ତ୍ତ ଡିଭିଜନ, ଡାକ୍ତରଖାନା ପରିସର, ସବରେଜିଷ୍ଟାର କାର୍ଯ୍ୟାଳୟ ପରିସରରେ ମଧ୍ୟ ବର୍ଷା ପାଣି ଲହଡି ମାରୁଥିବା ଦେଖାଯାଇଛି। ଏଥିସହିତ ଜିଲ୍ଲା ଜରୁରୀ ବିଭାଗର ରିପୋର୍ଟ ଅନୁଯାଇ ଗତ ୨୪ଘଂଟା ମଧ୍ୟରେ ଜିଲ୍ଲାର କେନ୍ଦ୍ରାପଡା ବ୍ଲକରେ ୧୯୩.୦, ଡରୋବିଶି ବ୍ଲକରେ ୧୭୬.୦, ମାର୍ଶାଘାଇ ବ୍ଲକରେ ୨୩୪.୦, ଗରଦପୁର ବ୍ଲକରେ ୧୩୦.୦, ମହାକାଳପଡା ବ୍ଲକରେ ୧୬୦.୦, ପଟ୍ଟାମୁଣ୍ଡାଇ ବ୍ଲକରେ ୧୮୫.୦, ଆଳି ବ୍ଲକରେ ୧୬୮.୦, ରାଜନଗର ବ୍ଲକରେ ୧୧୫.୦ ଓ ରାଜକନିକା ବ୍ଲକରେ ୧୫୪.୦ ସେଲସିୟସ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲ୍ଲାରେ ମୋଟ ୧୫୧୫.୦ ସେଲସିୟସ ବର୍ଷା ହୋଇଥିବା ବେଳେ ହାରାହାରି ୧୬୮.୩୩ ସେଲସିୟସ ବର୍ଷା ହୋଇଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.